ନୂଆଗାଁ ବ୍ଲକ୍ ଛାତ୍ର ଯୁବ ବିଜୁ ଜନତା ଦଳର ଡିଜିଟାଲ କର୍ମଶାଳା

ଓଡ଼ିଶା ତାଜା ନ୍ୟୁଜ (୨୪ ଫେବ୍ରୁଆରି,ବୁଧବାର) ନୂଆଗାଁ :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ନୂଆଗାଁ ବ୍ଲକ୍ ଛାତ୍ର ଯୁବ ବିଜୁ ଜନତା ଦଳ ର ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଏବଂ ଦଳର ବିଭିନ୍ନ କାର୍ଯ୍ୟକ୍ରମ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବା,ଦଳ ବିରୋଧରେ ହେଉଥିବା ଅପ ପ୍ରଚାର ରୋକିବା,ଛାତ୍ର ଓ ଯୁବ ସଂଗଠନ କୁ ଅଧିକରୁ ଅଧିକ ସୁଦୃଢ କରିବା ଆଦି ଉପରେ ବିଶେଷ ଭାବରେ ଆଲୋଚନା କରାଯିବା ସହ ତାଲିମ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଛାତ୍ର ବ୍ଲକ୍ ବିଜେଡ଼ି ଉପ ସଭାପତି ଅମୂଲ୍ୟ ସାହୁ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ସନ୍ତୋଷ କୁମାର ନାୟକ,ଯୁବ ନେତା ଜିତେନ୍ଦ୍ର ସାହୁ,ସଞ୍ଜୀବ କୁମାର ଡାକୁଆ,ପ୍ରଶାନ୍ତ ପଢ଼ିଆରି ,ବିଜେଡ଼ି ସଭାପତି ସନାତନ ସାମଲ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଉପ ସଭାପତି ଯୋଗେନ୍ଦ୍ର ପ୍ରଧାନ,ମୂରଲୀଧର ଜେନା,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version