ବେଆଇନ ବର କନିଆଁ ଚିଟ୍ ଫଣ୍ଡ ଏଜେନ୍ସି ଉପରେ : ଚାନ୍ଦପୁର ପୋଲିସ ର ଚଢ଼ାଉ – ୨ ଅଟକ

ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ,ବୁଧବାର )ଚାନ୍ଦପୁର /ରିପୋର୍ଟ ଅଭିମନ୍ୟୁ : – କେତେକ ଦିନ ମଜୁରିଆ ଏବଂ ଗରିବ ଲୋକ ଯେଉଁମାନେ ବ୍ୟାଙ୍କ ରୁ ଲୋନ୍ ପାଇ ପାରୁନଥିବାରୁ ସୁବିଧା ଏବଂ ସହଜ ଉପାୟରେ କିଛି ହାତ ଗଣତି ଘରୋଇ ସଂସ୍ଥା ଗୁଡିକୁ ରୁ ଲୋନ୍ ଉଠାଇ ଫସିଯାନ୍ତି କିଛି ବେଆଇନ ସଂସ୍ଥା ଙ୍କ ଜାଲରେ ଏହି ଭଳି ଏକ ବେଆଇନ ସଂସ୍ଥା ଯାହାକୁ ଚାନ୍ଦପୁର ପୋଲିସ ଚଢ଼ାଉ ରେ ହାତରେ ଲାଗିଛି ବର କନିଆଁ ଚିଟ୍ ଫଣ୍ଡ ଯେ କି ଲୋକଙ୍କୁ ବଡ଼ ରକମ୍ ର ଲୋନ୍ ଦେଇ ୩୦ % ର ସୁଧ ବେପାର କରି ଆସୁଥିଲା । କେରେଂଣ୍ଡାଟାଙ୍କି ଗ୍ରାମ ର ଏକ ବର କନିଆ ଚିଟ ଫଣ୍ଡ ଏଜେନ୍ସି ର ସଦସ୍ୟ ଗୌରଚନ୍ଦ୍ର ପୁର ର କ୍ଷୀରୋଦ ସାହୁ , ଏକତାଳ ରାଜେଶ୍ୱର ମହାପାତ୍ର , ଉପେନ୍ଦ୍ର ଦଳେଇ ,ଚିତ୍ତ ରଞ୍ଜନ ସୁନ୍ଦରା , ବିଶ୍ବଜିତ ପଲେଇ , ଦିଲ୍ଲୀପ ରାୟ ,ଏହି ସାତ ଜଣ ମିଶି ଏକ ବର କନିଆଁ ଚିଟ୍ ଫଣ୍ଡ କରି ଲୋକ ଙ୍କ ତଣ୍ଟି ଚିପି ସୁଧ ଆଦାୟ କରୁଥିଲେ । ଯାହାକି ମାସକୁ ୩୦% ସୁଧରେ ପଇସା ଆଦାୟ କରୁଥିଲେ ।

ଏକ ବୃଦ୍ଧା ବିଧବା ମହିଳା ନିଜର ଜମି ବିକ୍ରି କରି ପଇସା ଜମା ଦେଇଥିଲେ ତଥା ଆଜି ପର୍ଯ୍ୟନ୍ତ ଏକ ଜୈନିକ ବ୍ୟକ୍ତି ଘର ଛାଡ଼ି ଅନ୍ୟତ୍ର ଚାଲିଯିବା କଥା ମଧ୍ୟ ସାମ୍ନା କୁ ଆସିଛି । ଏହି ଲୋକ ମାନେ ଉମେଶ ବଳିୟାର ସିଂ ନାମକ ଜୈନିକ ବ୍ୟକ୍ତି କୁ ଦେଇଥିବା ସମୟ ଅନୁସାରେ ଟଙ୍କା ପରିଶୋଧ କରାଇବା ପାଈଁ ମୁଣ୍ଡ ଜାମିନ ରଖିଥିଲେ ଏହା ମଧ୍ୟ ତଦନ୍ତ ରୁ ଜଣାପଡିଛି । ଏହି ସବୁ ବେଆଇନ କାର୍ଯ୍ୟ ବିଷୟ ରେ ଚାନ୍ଦପୁର ପୋଲିସ ସୁରାକ ପାଇବା ପରେ ଉକ୍ତ ଚିଟ୍ ଫଣ୍ଡ ଉପରେ ଚଢ଼ାଉ କରି କଡ଼ା ତଦନ୍ତ କରାଯାଇ ୨୭/୨୦୨୧ ରେ ଏକ ମାମଲା ରୁଜ୍ଜୁ ହୋଈଛି ଏବଂ ଦୁଇ ଜଣ ଅଟକ ଅଛନ୍ତି , ତଦନ୍ତ ପରେ ଖୁବ ଶୀଘ୍ର ଗିରଫ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ପୋଲିସ ।

ଏବଂ ପୋଲିସ ପ୍ରଶାସନ ତରଫ ରୁ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ୍ ବଜାର ଘାଟ ରେ ଉକ୍ତ ସଂସ୍ଥା କୁ ମିଛ ତଥା ବେଆଇନ ଅର୍ଥ ଲେଣ୍ ଦେଣ ସଂସ୍ଥା ବୋଲି ଘୋଷଣା କରିବା ସହ ଲୋକ ଙ୍କୁ ଏହିଭଳି ସଂସ୍ଥା ଠାରୁ ଦୂରେଇ ରହିବା ପାଇଁ ସତର୍କ କରିଛନ୍ତି । ଏଇଟା ପ୍ରାଇଜ୍ ଚିଟ୍ ମନି ସର୍କୁଲେସନ୍ ସ୍କିମ୍ ବ୍ୟନିଂ ଆର୍ଟ ୧୯୭୮ ବେଆଇନ ଚିଟ୍ ଫଣ୍ଡ କେସ୍ ଯାହାକୁ ପୋଲିସ ଏବେଠାରୁ ସୁଧ ଲେଣ୍ ଦେଣ ଉପରେ ସମ୍ପୂର୍ଣ୍ଣ ନଜର ରଖିବେ ଏବଂ ଏଭଳି ବେଆଇନ ଚିଟ୍ ଫଣ୍ଡ ଙ୍କ ବିରୋଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏମିତି ସଂସ୍ଥା ଗୁଡିକୁ ଗିରଫ କରାଯିବ ବୋଲି ଅଣ୍ଟା ଭିଡିଛନ୍ତି ଚାନ୍ଦପୁର ପୋଲିସ ।

Exit mobile version