ଓଡ଼ିଶାର ବିଭିନ୍ନ ସହରରୁ ଆସିଥିବା ବସ୍ତିବାସିନ୍ଦା ହଜାର ହଜାର ସଂଖ୍ୟାରେ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ବିରାଟ ଶୋଭାଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ଭୁବନେଶ୍ୱର :-  ଓଡ଼ିଶାର ବିଭିନ୍ନ ସହରରୁ ଆସିଥିବା ବସ୍ତିବାସିନ୍ଦା ହଜାର ହଜାର ସଂଖ୍ୟାରେ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ବିରାଟ ଶୋଭାଯାତ୍ରାରେ କୋଭିଡ୍ ନିୟମ ପାଳନ କରି ସାମାଜିକ ଦୂରତ୍ୱ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଦାବିରେ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ଯାତ୍ରା କରି ପି.ଏମ୍‌.ଜିଠାରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବସ୍ତିବାସୀଙ୍କ ଏକତାମଞ୍ଚ, ଓଡ଼ିଶାର ସଭାପତି ସେଖ୍‌ ଅବଦୁଲ୍ଲା ସଭାପତିତ୍ୱ କରି କହିଥିଲେ ରାଜ୍ୟ ସରକାର “ଆବାସ’ ଯୋଜନା ସଂପର୍କରେ ଯେତିକି ପ୍ରଚାର କରୁଛନ୍ତି ସେହି ଅନୁସାରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ ନିର୍ବାହ କରୁନାହାଁନ୍ତି । ଏକ ବର୍ଷ ପୂର୍ବରୁ ସର୍ଭେ ସରିଥିଲେ ହେଁ କଟକ ମହାନଗର ଓ ସମ୍ବଲପୁର ସହରରେ ହିତାଧିକାରୀଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯାଉନାହିଁ । ଏଣୁ ଆଶଙ୍କା କରାଯାଉଛି ରାଜ୍ୟ ସରକାର ପୌର ନିର୍ବାଚନକୁ ଆଖିରେ ରଖି ସହରାଞ୍ଚଳ ଭୋଟ ପାଇଁ ଜାଣିଶୁଣି ବିଳମ୍ବ କରୁଛନ୍ତି ଯାହା ଫଳରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଆବାସ ଘୋଷଣା ସ୍ୱପ୍ନରେ ରହିଯିବ ।

ଅନ୍ୟତମ ବକ୍ତାଭାବେ ମଞ୍ଚର ସଂପାଦକ ଶ୍ରୀ ହେମେନ୍ଦ୍ର ସାମଲ ନିଜ ବକ୍ତବ୍ୟରେ କହିଥିଲେ ବସ୍ତିବାସୀଙ୍କ ଏକତାମଞ୍ଚ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟର ବିଭିନ୍ନ ସହରକୁ ୧୫ଦିନ କାଳ ଗସ୍ତ କରି ବିଭିନ୍ନ ସହରର ବସ୍ତିମାନଙ୍କର ତଥ୍ୟ ସଂଗ୍ରହ କରିଥିଲେ ସେଥିରୁ ଯାହା ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବ୍ରହ୍ମପୁର ଛଡ଼ା ଆଉ କୌଣସିଠାରେ ଆବାସ ମିଶନ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇନାହିଁ । ଏହି ସଭାରେ ଅଭିମନ୍ୟୁ ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖି ବସ୍ତିଆନ୍ଦୋଳନକୁ ସମର୍ଥନ କରି ବସ୍ତିବାସିନ୍ଦାଙ୍କ ଦାବୀକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ, ଅନ୍ୟମାନଙ୍କ ମ୍ମରେ ବସ୍ତିନେତା ଅନିଲ ସାହୁ, ପ୍ରକାଶ ମଲ୍ଲିକ, ସଫିକ୍ ମହମ୍ମଦ, ବାସନ୍ତୀ ବିଶ୍ୱାଳ, ମହିଳା ନେତ୍ରୀ ପଦ୍ମାବତୀ ନାୟକ, ଅରବିନ୍ଦ ମଲ୍ଲିକ, ରୀନା ମଲ୍ଲିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସଭାଶେେରେ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ସଂପାଦକ ହେମେନ୍ଦ୍ର ସାମଲଙ୍କ ନେତୃତ୍ୱରେ ଶ୍ରୀମତୀ ବାସନ୍ତି ବିଶ୍ୱାଳ, ମଣ୍ଟୁ ବାସଳୀ, ଜି. ପଦ୍ମା, ଅନିଲ ସାହୁ, ପ୍ରମୋଦ ସ୍ୱାଇଁ, ମୀନା ନାଏକ ପ୍ରମୁଖ ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀଙ୍କ ଦାବିପତ୍ର ପ୍ରଦାନ କରି ବସ୍ତିବାସୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଲୋଚନା କରିଥିଲେ । ଏହା ପରେ ମଞ୍ଚ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ୭ ଦଫା ଦାବୀ ପୂରଣ କରାନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିବା ସଂଗେ ସଂଗେ ରାଜ୍ୟ ସରକାର ୧୦ଦିନ ମ୍ମରେ ଏହି ସମସ୍ୟାର ସମାଧାନ ନ କଲେ ଆସନ୍ତା ୬ ମାର୍ଚ୍ଚକୁ ଦିଲ୍ଲୀ ଚଲୋ ଡ଼କରା ଦେଇଥିଲେ । ଶେଷରେ ସଭା ସାଙ୍ଗ କରାଗଲା ବୋଲି ଘୋଷଣା କରାଗଲା ।

Exit mobile version