କରୋନା ପାଇଁ ନୟାଗଡ଼ରେ କଡ଼ାକଡ଼ି ହେବ କଟକଣା

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ନୟାଗଡ଼ :- କରୋନା ମହାମାରୀ ପୁନଶ୍ଚ ପ୍ରତ୍ୟାଵର୍ତନର ସମ୍ଭାବନାକୁ ର୍ଦୁଷ୍ଟିରେ ରଖି ଜିଲ୍ଲାପାଳ ଡା. ପୋମା ଟୁଡୁ ଆଜି ଅପରାହ୍ନରେ ଗୁଗୁଲ ମିଟ୍ ମାଧ୍ୟମରେ ଏସ. ପି.,ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସିଡିଏମଓ, ସମସ୍ତ ମେଡିକାଲ ଅଫିସର,ସମସ୍ତ ଵିଡିଓ ଓ ତହସିଲଦାରମାନଙ୍କୁ ନେଇ ଏକ ଵୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦେଶର ବିଭିନ୍ନ ରାଜ୍ୟରେ କରୋନାର ପ୍ରଭାବ ପୁଣି ଦେଖାଦେଇଥିବାରୁ ଏହାକୁ ଦ୍ରୁଷ୍ଟିରେ ରଖି ପୂର୍ବପରୀ ସମସ୍ତେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା, ଵହୁଲୋକ ଏକତ୍ରିତ ନ ହେବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ଯେପରି ସମସ୍ତେ ପାଳନ କରିଵେ ସେଥିପ୍ରତି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଡା. ଟୁଡୁ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ସଚେତନତା ପାଇଁ ପୂର୍ବଭଳି ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ପାଇଁ ମଧ୍ୟ କହିଥିଲେ । ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ମାନଙ୍କରେ ପୂର୍ବ ପରି କୋଭିଡ୍ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାକୁ ଅମାନ୍ୟ କଲେ ଦ୍ରୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । (ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version