ବାଇକ୍ ସହ ପିକପ ଗାଡ଼ି ମୁହାଁମୁହିଁ ଧକ୍କା ; ୩ ଗୁରୁତର ଆହତ

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ ,ମଙ୍ଗଳବାର ) ଓଡ଼ଗାଁ :-  ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ନାଉରିଆ ରାସ୍ତା ରେ କୁଣ୍ଡା ବୋଝେଇ ପିକପ ଗାଡ଼ି ସହ ବାଇକ୍ ର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ୍ ଚାଳକ ସହ ପଛରେ ବସିଥିବା ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ଦ୍ବାରା ଆହତ ମାନଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି ।

ଆହତ ମାନେ ହେଉଛନ୍ତି ପଞ୍ଚୁଭୂତି ଗାଁ ର ସନ୍ତୋଷ ସାହୁ , ମାଧବ ସାହୁ , ମଞ୍ଜୁଲତା ସାହୁ । ଦୁର୍ଘଟଣା ପରେ ପିକପ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଖବର ମିଳିଛି । ଖବର ପାଇ ଘଟଣାସ୍ଥଳରେ ଓଡ଼ଗାଁ ପୋଲିସ ପହଞ୍ଚି ବାଇକ୍ ସହ ପିକପ ଗାଡ଼ି କୁ ଜବତ କରିଛି । ଏବଂ ଘଟଣା ର ତଦନ୍ତ ପ୍ରକ୍ରିୟା ଜାରି ରହିଥିବାର ସୂଚନା ମିଳିଛି  ।   ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version