ଲକ୍ଷେଶ୍ୱର ହାଇସ୍କୁଲର ୧୯୯୭ ବ୍ୟାଚ ପୂରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର )କଟକ :- ଫୁଲନଖରା ସ୍ଥିତ ଲକ୍ଷେଶ୍ୱର ନୋଡ଼ାଲ ହାଇସ୍କୁଲ ର ୧୯୯୭ ବ୍ୟାଚର ପୂରାତନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦୀର୍ଘ ୨୪ ବର୍ଷ ପରେ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଲକ୍ଷେଶ୍ୱର ମନ୍ଦିର ପରିସରରେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ସହିତ ଭୋଜିଭାତ କରି ପରସ୍ପର ମଧ୍ୟରେ ଖୁସି ବାଣ୍ଟିଥିଲେ । ଦୀର୍ଘ ୨୪ବର୍ଷ ପରେ ପରସ୍ପରକୁ ଦେଖି ଆନନ୍ଦିତ ହୋଇ ଯାଇଥିଲେ ।

ପରିବାରଙ୍କୁ ସାଙ୍ଗରେ ଆଣି ପରସ୍ପର ମଧ୍ୟରେ ଚିହ୍ନା ପରିଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ରଞ୍ଜନ ସିହୁ, ଦିପକ କୁମାର ଦଳାଇ, ରବିନାରାୟଣ ସାହୁ, ମାନସ ଜେନା, ହିମାଂଶୁ ସାସମଲ,ଜୟନ୍ତ କୁମାର ଵେହେରା, ଅଜୟ କୁମାର ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

Exit mobile version