ସିଏଟ୍‍ ଟାୟାର୍ସ କଟକରେ ‘ସିଏଟ୍‍ ସପି ଅନ୍‍-ଦି-ଗୋ’ ସହିତ ଗ୍ରାହକଙ୍କ ଘରେ ଟାୟାର ସେବା ପହଞ୍ଚାଉଛି

 + ପ୍ରତ୍ୟେକ ପ୍ରକାର ଯାନବାହନ ସେବା ପାଇଁ ଅଲ୍‍ ଇନ ୱାନ୍‍ ମୋବାଇଲ ଭ୍ୟାନ୍‍

ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) କଟକ :- ଭାରତର ଅଗ୍ରଣୀ ଟାୟାର ନିର୍ମାତା ସିଏଟ୍‍ ଟାୟାର୍ସ କଟକରେ ତାହାର ଗ୍ରାହକଙ୍କ ପାଇଁ ଏକ୍ସକ୍ଲୁସିଭ ବ୍ରାଣ୍ଡ୍‍ ସୋ’ରୁମ୍‍ ସିଏଟ୍‍ ସପି ଜରିଆରେ ‘ସିଏଟ୍‍ ସପି ଅନ୍‍ ଦି ଗୋ’ ଆରମ୍ଭ କରିଛି । ସିଏଟ୍‍ ଏବଂ ତାହାର ଏକ ସୋ’ରୁମ୍‍ ସିଏଟ୍‍ ସପି, ଶ୍ରୀ ଅମ୍ବିକା ଅଟୋ ଷ୍ଟୋର୍‍ସ କଟକର ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ପରସ୍ପର ସହିତ ହାତ ମିଳାଇଛନ୍ତି । ଗ୍ରାହକମାନେ ସେମାନଙ୍କ ନିଜଘରେ ଆରାମରେ ଥାଇ ସିଏଟ୍‍ ସପି ଅନ୍‍ ଦି ଗୋ ନମ୍ବରକୁ କଲ୍‍କରି ସେବା ପାଇବାକୁ ସମୟାଦେଶ ବୁକ୍‍ କରିପାରିବେ । କମ୍‍ ସମୟ ମଧ୍ୟରେ ସିଏଟ୍‍ ସପି ଅନ୍‍ ଦି ଗୋ ମୋବାଇଲ ଭ୍ୟାନ୍‍ ତାଙ୍କ ନିକଟରେ ପହଞ୍ଚି ସୁଲଭ ଖର୍ଚ୍ଚରେ ସେମାନଙ୍କର ଗାଡିଗୁଡିକର ସର୍ଭିସ୍‍ କରିପାରିବେ । ଯୋଗାଇ ଦିଆଯାଉଥିବା ସେବାଗୁଡିକ ମଧ୍ୟରେ ନୂଆ ଟାୟାର ଲଗାଇବା, ହ୍ୱିଲ ବାଲାନ୍ସିଂ, ଟାୟାର ଅଦଳବଦଳ, ବ୍ୟାଟେରୀ ଜମ୍ପଷ୍ଟାର୍ଟ ଏବଂ ନାଇଟ୍ରୋଜେନ ଫିଲିଂ ଆଦି ଅନ୍ତର୍ଭୁକ୍ତ । ଏହା ମଧ୍ୟ ଯାନବାହନଗୁଡିକର ଆଭ୍ୟନ୍ତରୀଣ ଓ ବାହ୍ୟ ସାନିଟାଇଜେସନ ସୁବିଧା ଯୋଗାଇ ଦେଉଛି ।

ନୂଆ ଟାୟାର ଖରିଦ ସାଙ୍ଗକୁ ଗ୍ରାହକମାନେ ସିଏଟ୍‍ ସପି ଅନ୍‍ ଦି ଗୋ ଭ୍ୟାନ୍‍ରୁ ପଙ୍କ୍‍ଚର ମରାମତି କିଟ୍‍ ଖରିଦ କରିପାରିବେ । ସିଏଟ୍‍ ଟାୟାର୍ସ ଲିମିଟେଡର ଚିଫ୍‍ ମାର୍କେଟିଂ ଅଫିସର ଶ୍ରୀ ଅମିତ ତୋଲାନି କହିଛନ୍ତି, “ସିଏଟ୍‍ରେ ଆମେ ସର୍ବଦା ଆମ ଗ୍ରାହକମାନଙ୍କର ନିରାପତ୍ତା ଏବଂ ସ୍ୱାଚ୍ଛନ୍ଦ୍ୟ ଉପରେ ଧ୍ୟାନ ଦେଇଥାଉ । ଏହି ନୂଆ ଚିନ୍ତାଧାରା ସହିତ ଆମେ ଆମ ଗ୍ରାହକଙ୍କୁ ଚିନ୍ତାମୁକ୍ତ ଅନୁଭୂତି ପ୍ରଦାନ କରିବାକୁ ଚାହିଁଥିଲୁ । ସିଏଟ୍‍ ସପି ଅନ୍‍ ଦି ଗୋ ସେମାନଙ୍କୁ ନିଜଘରେ ଆରାମରେ ଥାଇ ସେମାନଙ୍କ ଟାୟାର ସମ୍ପର୍କିତ ସମସ୍ତ ଆବଶ୍ୟକତାର ଯତ୍ନ ନେଇପାରିବ । ଏହି ଅନନ୍ୟ ଚିନ୍ତାଧାରାରୁ କଟକରେ ଆମ ଗ୍ରାହକମାନେ ଫାଇଦା ପାଇପାରିବେ ବୋଲି ଆମେ ଆଶା କରୁଛୁ ।” ଗ୍ରାହକମାନେ ସେମାନଙ୍କ ସମୟାଦେଶ ସ୍ଥିରୀକୃତ ହେବା ଏବଂ ସେମାନଙ୍କ ଦ୍ୱାରାଦେଶରେ ଚିନ୍ତାମୁକ୍ତ ଭାବରେ ସେବା ଉପଭୋଗ କରିବାକୁ ୧୮୦୦୮ ୯୧୧୨୭୭ରେ କଲ୍‍ କରିପାରିବେ ।

About CEAT Ltd (www.ceat.com):

CEAT, the flagship company of RPG Enterprises, was established in 1958. Today, CEAT is one of  India’s leading tyre manufacturers and has a strong presence in global markets. CEAT produces over 15 million tyres a year and offers the widest range of tyres to all segments and manufactures world-class radials for heavy-duty trucks and buses, light commercial vehicles, earthmovers, forklifts, t ractors , t raile r s, car s, mot or cy cle s and scoot er s as wel l as aut o-rickshaws.

About RPG Enterprises (www.rpggroup.com):

RPG Enterprises, established in 1979, is one of India’s fastest-growing business groups with a  turnover of US$ 4 Billion. The group has diverse business interests in the areas of Infrastructure, Tyres, Pharma, IT and Specialty as well as in emerging innovation led technology businesses.

Exit mobile version