ପାରଳାଖେମୁଣ୍ଡି ର ନିର୍ମାଣ ଧିନ ପୋଲ ମୁକୁଳା ହୋଇ ପଡି ରହିଛି ; ଦେଖାଦେଇଛି ଦୁର୍ଘଟଣା ଘଟି ଜୀବନ ହାନି ଆଶଙ୍କା

ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡି ସହରର ମେଡିକାଲ୍ ରୋଡର ଫ୍ରେଣ୍ଡସ କଲୋନି ଠାରେ ଥିବା ଚାରିଛକ ଠାରେ ଏକ ନିର୍ମାଣ ଧିନ ପୋଲ ମୁକୁଳା ହୋଈ ପଡ଼ି ରହିଛି l ପୋଲ ର ଚାରିପାର୍ଷରେ ଠିକାଦାର ପକ୍ଷରୁ କୌଣସି ୱାଲ ନଥିବା ଜଗୁଦୁର୍ଘଟଣା ଘଟିବା ଆଶଙ୍କା କରାଯାଉଛି ସୂଚନଯୋଗ୍ୟ ଏହି କି ଯେ, ପୋଲ ର ଏକ ପାର୍ଶ୍ଵରେ ଗାଡି ଚଳାଚଳ କରୁଥିବା ଜଗୁଁ କେତେବେଳେ ଯେ ଏହି ନିର୍ମାଣ ଧିନ ପୋଲ ଭିତରକୁ ଗାଡି ଖସି ଯାଇ ପଡ଼ିଯିବାର ଆଶଙ୍କା ରହିଛି  l ଏପରିକି ରାତ୍ର ସମୟରେ ମେଡିକାଲ୍ ଯିବା ଆସିବା କରୁଥିବା ଜନ ସାଧାରଣ ପୋଲର

ଉଭୟ ପାର୍ଶ୍ବରେ କୌଣସି ୱାଲ୍ କିମ୍ୱା ବାଡ ନଥିବା ଜଗୁ ମୁକୁଳା ହୋଈରହିଥିବା ନିର୍ମାଣ ଧୀନ ପୋଲ ଭିତରକୁ ଖସି ପଡି ଜୀବନ ହାନି ଘଟିବାର ସମ୍ଭାବନା ରହିଛି l ଏହି ପୋଲ ଟି ପାରଳାଖେମୁଣ୍ଡି ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କାର୍ଯ୍ୟ ଚାଲିଥବା ବେଳେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ ବାସଗୃହ ଠାରୁ ୧ଶହ ମିଟର ଦୂରରେ ଏହି ନିର୍ମାଣଧୀନ ପୋଲଟି ମୁକୁଳା ହୋଈ ପଡ଼ିରହିଥିବା ବେଳେ ଏବଂ ଠିକାଦାର କାର୍ଯ୍ୟ ବନ୍ଦ କରି ଚାଲି ଯାଇଥିବା ବେଳେ ଏହା ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟିଗୋଚର କିପରି ହୋଇପାରୁ ନାହିଁ  l ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମୁକୁଳା ହୋଈ ଅର୍ଦଧନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଚାରି ପାର୍ଶ୍ଵରେ ୱାଲ୍ କରିବା ସହ ପୋଲ୍ ର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଏ ଅଞ୍ଚଳର ସର୍ବସାଧାରଣ ରେ ଦାବି ହେଉଛି  l  ( ରିପୋର୍ଟ – ତାରିଣୀ ପ୍ରାସାଦ ପଣ୍ଡା )

Exit mobile version