କର୍ଲାପାଟ ହାତୀ ମୃତ୍ୟୁ ଘଟଣା କେନ୍ଦ୍ରୀୟ ବିଶେଷଜ୍ଞ ଟିମର ଅନୁଧ୍ୟାନ,ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର) କଳାହାଣ୍ଡି :-   କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ କାରଣ ଖୋଜିବା ପାଇଁ କେନ୍ଦ୍ରୀୟ ଦଳ ତଦନ୍ତ କରିଛି। ଏକ ୩ ଜଣିଆ କେନ୍ଦ୍ରୀୟ ଦଳ କର୍ଲାପାଟର ତେନ୍ତୁଳି ପଦର ଓ ଘୁଷୁରୀ ଗୁଡ଼ି ସହ ଅନେକ ଗାଁକୁ ଯାଇ ହାତୀ ମୃତ୍ୟୁର କାରଣ ଖୋଜିଛନ୍ତି। ଏଥିପାଇଁ କେନ୍ଦ୍ରୀୟ ଦଳ ଅଭୟାରଣ୍ୟର ୫ଟି ସ୍ଥାନରୁ ବିଭିନ୍ନ ସାମ୍ପୁଲ ନେଇଛନ୍ତି। ହାତୀ ମଡକ ଘଟଣାରେ ୨୦ ଦିନରେ ୭ଟି ହାତୀର ମୃତ୍ୟୁ ହୋଇଛି। ତେବେ ହାତୀ ଗୁଡିକର ମୃତ୍ୟୁର କାରଣ ସାହାଣ ରୋଗ ବୋଲି ସ୍ପଷ୍ଟ କରାଯାଇଛି ।

କେନ୍ଦ୍ରୀୟ ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆଲୋଚନାରେ ଡ଼.କରିକାଳନ ମାଥେସ ବୈଜ୍ଞାନିକ ସେଣ୍ଟର ଅଫ୍ ୱ।ଇଲଡ ଲାଇଫ, ପ୍ରଫେସର ଡ଼.ନିରଞ୍ଜନ ସାହୁ, ଅତିରିକ୍ତ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସକ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏପଟେ ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ କର୍ଲାପାଟ ପ୍ରାଣୀଧନ ନୀରିକ୍ଷକ ଗଣେଶ ପୂଜାରୀଙ୍କୁ ନିଲମ୍ବନ କରାଯାଇଥିବା ଖବର ମିଳିଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version