ଗଣଶିକ୍ଷକ ସଂଘ ତରଫରୁ : ଅବସର ଗ୍ରହଣ କରିଥିବା ଗଣ ଶିକ୍ଷକ – ଭଗବାନ ସାହୁ ଙ୍କ ଉଦ୍ଦେଶ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

dashpala

ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ଗୌଡ ଚାଞ୍ଚରା ପଲ୍ଲୀ ବିଦ୍ୟାଳୟ ପରିସରରେ ବ୍ଲକ୍ ଗଣଶିକ୍ଷକ ସଂଘ ତରଫରୁ ଅବସର ଗ୍ରହଣ କରିଥିବା ଗଣ ଶିକ୍ଷକ ଭଗବାନ ସାହୁ ଙ୍କ ଉଦ୍ଦେଶ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରବିନାରାୟଣ ଖଣ୍ଡୁଆଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଘ ସଭାପତି ଉମେଶ ଚନ୍ଦ୍ର ସ୍ୱାଇଁ ,ମୁଖ୍ୟ ବକ୍ତା ଭାବେ ରାଜେନ୍ଦ୍ର ପ୍ରଧାନ ଏବଂ ସମ୍ମାନୀତ ଅତିଥି ଭାବେ ଗ୍ରାମ ସଭାପତି ଅଚ୍ୟୁତ ବେହେରା,

ବିଦ୍ୟାଳୟ ପରିଚାଳନା କମିଟି ଚେୟାର ପର୍ସନ ଝିଲ୍ଲି ବେହେରା ,ପ୍ରଧାନ ଶିକ୍ଷକ ଯୋଗିନଥ ନାୟକ,ଜିଲ୍ଲା ସଂଘ କୋଷାଧ୍ୟକ୍ଷ ସୁକାନ୍ତ ଦାଶ ରାଜ୍ୟ ପ୍ରତିନିଧି ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ଭଗବାନ ସାହୁ ଙ୍କ ଶିକ୍ଷାଦାନ,ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ପ୍ରଚେଷ୍ଟା ଏବଂ ସେ କିପରି ସମୟାନୁବର୍ତିତା ସହ ଛାତ୍ର ବତ୍ସଳ ଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ସଂଘର ସଭାପତି ପ୍ରକାଶ କୁମାର ବେହେରା ,ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମାନେ ଅବସର ଗ୍ରହଣ କରିଥିବା ଶିକ୍ଷକ ଭଗବାନ ସାହୁ ଙ୍କୁ ଈପି ଏଫ୍ ପେନସନ ପେପର୍ ସହିତ ଉତ୍ତରୀୟ ଓ ମାନ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)।

Exit mobile version