ଓଡ଼ିଆ ଭାଷା ଓ ସୀମା ସୁରକ୍ଷା ଅଭିଯାନର ମାତୃଭାଷା ଦିବସର ଚିନ୍ତନଚକ୍ର

ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ଭୁବନେଶ୍ୱର :-  ଭୁବନେଶ୍ୱର ନିକୋପାର୍କ ଛକ ସ୍ଥିତ ଜୟଭାରତ ଭବନଠାରେ ପ୍ରାକ୍ତନ ପ୍ରଶାସକ ତଥା ବରିଷ୍ଠ ସାହିତ୍ଯିକ ହରପ୍ରସାଦ ଦାସଙ୍କ ପୌରହିତ୍ୟ କବି ଶଙ୍କର୍ଷଣ ପରିଡାଙ୍କ ଅବହକତ୍ୱରେ “ଓଡ଼ିଆ ଭାଷା ଓ ସାମ୍ପ୍ରତିକ ସୀମା ସଙ୍କଟ” ସମ୍ପର୍କିତ ଚିନ୍ତାନଚକ୍ର ଅନୁଷ୍ଠିତ ହୋଇଯାଇଛି । ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ, ପ୍ରାକ୍ତନ ପ୍ରଶାସକ ତଥା କବି ପ୍ରଦୀପ ବିଶ୍ୱାଳ, ସଂକୃତି ଗବେଷକ ଡ ଅନୀଲ ଧୀର, ନୀଳଶୈଳର ସଭାପତି ଧରଣୀଧର ନାୟକ, କବି ଉମାକାନ୍ତ ରାଉତ ପ୍ରମୁଖ ବିଭିନ୍ନ ଦିଗରୁ ଆଲୋଚନା କରି ପ୍ରସ୍ତାବ ଗ୍ରହଣ କଲେ କାର୍ଯ୍ୟକ୍ରମର ଯୁଗ୍ମ ଆବାହକ ଭାଷା ସଂଗଠକ ଅଜିତ ଦାଶ, ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଅନ୍ୟତମ ଯୁଗ୍ମଅବହକ ବିଶିଷ୍ଟ ବ୍ୟଙ୍ଗକବି ତଥା ନୀଳଶୈଳର ସାଧାରଣ ସମ୍ପାଦକ ଡକ୍ଟର ଧର୍ମଛଡ଼ା, ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । 

ବିଭିନ୍ନ ଦିଗରୁ ଆଲୋଚନା କରି ବକ୍ତା ମାନେ କହିଥିଲେଯେ ଭାଷା ଯେକୌଣସି ଜାତିର ପ୍ରାଣ ସ୍ପନ୍ଦନ ତାର ସକାଳ ଜୀବନଶକ୍ତି । ଭାଷା ହେଉଛି ଏକ ସୁବର୍ଣ ତ୍ରିଭୁଜ ଯାହାର ଭୂମି ହେଉଛି ଜ୍ଞାନ ଏବଂ ଉଭୟ ବାହୁଦ୍ବୟ ଯଥାକ୍ରମେ ଶାସନ ଓ ବିକାଶ।ଆମ ରାଜ୍ୟ ଓଡିଶା ସମଗ୍ର ଭାରତବର୍ଷର ଏକମାତ୍ର ରାଜ୍ୟ ଯାହା ଭାଷାଭିତ୍ତିରେ ଗଠନ କରାଯାଇଥିଲା ।  ଅଥଚ ଭସଭିତ୍ତିକ ରାଜ୍ୟଗଠନର 85 ବର୍ଷ ପରେ ଏବଂ ଭାଷା ଆଇନ ପ୍ରାଣୟନର 67 ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷା ଶାସନ ର ଭାଷା ହୋଇପାରିନାହିଁ ।  ମାତୃଭାଷା ଶାସନର ଭାଷା ନହେଲେ ବିକାଶ ବାଧାପ୍ରାପ୍ତ ହୁଏ ଏକଥା ପ୍ରମାଣିତ ହୋଇଛି ସମ୍ପ୍ରତି ଆନ୍ଧ୍ର ଅଧିକୃତ କୋଟିଆ ପଂଚାୟତ ଏବଂ ଗଂଜାମ ଗଜପତି ଜିଲ୍ଲାର ସୀମାନ୍ତ ଅଂଚଳରେ । 

ଭାଷା ଅଭିବୃଦ୍ଧି ନଘଟିଲେ ଶାସନ , ବିକାଶ ଏବଂ ଜ୍ଞାନର ଅଭିବୃଦ୍ଧି ଘଟିବ ନାହିଁ ଏକଥା ଆମେ ସମସ୍ତେ ହୃଦୟଙ୍ଗମ କରୁଥିଲେ ମଧ୍ୟ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଭାଷା ମାରଣ କାର୍ଯ୍ୟ ଚାଲିଅଛି । ଓଡିଶା ସରକାର ରାଜ୍ୟର ରାଜଧାନୀ ବାହାରେ ଶ୍ରୀକ୍ଷେତ୍ର ପୁରୀଠାରେ ପ୍ରଥମଥର ପାଇଁ ଭାଷା ସାହିତ୍ୟ ପାଇଁ ମନ୍ତ୍ରୀସଭା ଆୟୋଜନ କରି ଓଡ଼ିଆ ଭାଷାର ବିକାଶ ପାଇଁ ବିଂଶ ସୁତ୍ରୀ କଅଯ୍ୟକ୍ରମ ଘୋଷଣା କରିବା ସହିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଅଇନ ପ୍ରଣୟନ କରିଥିଲେ ମଧ୍ୟ ତାହା ପ୍ରୟୋଗ ନୁହେଁ କେବଳ ପ୍ରଚାର ସର୍ବସ୍ବ ହୋଇଯାଇଛି ।

 

ଆମର ସାମ୍ପ୍ରତିକ ଓଡ଼ିଆ ଭାଷା ଜ୍ଞାନ ରହିତ ଶାସନ ଦିସହିନ ଓ ବିକାଶ ବାଧାପ୍ରାପ୍ତ ଯାହାଫଳରେ ଆମେ କେବଳ ଭାଷା ସଙ୍କଟ ନୁହେଁ ସୀମା ସଙ୍କଟ ରେ ଶିକାର ହେବାକୁ ବାଧ୍ୟ ହେଲୁଣି । ଯେଉଁ ଭାଷା ସାହିତ୍ୟ ଓଡ଼ିଆ ଜାତିର ମହାର୍ଘ ଅସ୍ମିତାର ପରିଚୟ ,ଓଡ଼ିଶାର ସୀମା ସ୍ୱାତନ୍ତ୍ର ସାର୍ଵଭୌମତ୍ୱ ର ଆଧାରଶିଳା ଏବଂ ମହାଭାରତୀୟ ମର୍ଯ୍ୟାଦାର ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷାଗୌରବରେ ମହିମାମଣ୍ଡିତ ସେହି ଭାଷା ସାହିତ୍ୟ ଭୂମିର ଉତ୍ତରାଧିକାରୀ ମନେ ସାମ୍ପ୍ରତିକ ସମୟ ବିପର୍ଯ୍ୟୟ କୁ ମୁକବିଲାକରିବା ନିମନ୍ତେ ଅଗୁସରହେବାପାଇଁ ଅତିଥିମାନେ ମତପୋଷଣ କରିଥିଲେ ।

ପ୍ରସ୍ତାବ ପାରିତ ହୋଇଛି

1. ଓଡ଼ିଆ ଭାଷାକୁ ବ୍ୟବହାରିକ ଭାଷାରେ ପରିଣତ କରିବାକୁ ଉଦ୍ୟମ ନେବା ଏବଂ ଆମ ଭାଷାକୁ ଜ୍ଞାନ ର ଭାଷା ଏବଂ ଜୀବନଜୀବିକାର ଭାଷାରେ ପରିଣତ କରିବା । ଓଡ଼ିଆ ଭସଭିନ୍ନ ଅନ୍ୟଭାଷାରେ ନିମନ୍ତ୍ରଣ ପତ୍ର ଦିଆଗଲେ ଆମ୍ଭେ ସେ ନିମନ୍ତ୍ରଣ ରକ୍ଷା କରିବା ନାହିଁ ।

2. ରାଜ୍ୟସରକାରଙ୍କ ପରିବର୍ତ୍ତିତ ଭାଷା ଆଇନ ଓ ତତସମ୍ପର୍କିତ ପ୍ରଣୀତ ନିୟମାବଳୀ କାର୍ଯ୍ୟରୂପାୟନ ପାଇଁ ରାଜ୍ୟସରକାର ପ୍ରସ୍ତାବ ଗ୍ରହଣ କରନ୍ତୁ ବୋଲି ଆମର ପ୍ରସ୍ତାବ ।

3. ଓଡ଼ିଶା ସହ ସମସ୍ତ ସୀମାନ୍ତବର୍ତ୍ତି ରାଜ୍ୟ ମାନଙ୍କର ସୀମାବିବାଦ ସମାଧାନ ପାଇଁ କେନ୍ଦ୍ରସରକାର ହସ୍ତକ୍ଷେପ କରି ନୀତି ଗ୍ରହଣ କରନ୍ତୁ ।

Exit mobile version