ପୂର୍ତ୍ତ ବିଭାଗ ରାସ୍ତା ର ଉନ୍ନତି କରଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର )ନୂଆଗାଁ :-  ନୟାଗଡ ଜିଲ୍ଲା ଓଡ଼ଗାଁ – ବାହାଡ ଝୋଲା ଠାରୁ ନୂଆଗାଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଉନ୍ନତିକରଣ ନିମନ୍ତେ ନୂଆଗାଁ ବିରୂପାଖେଶ୍ୱର୍ ମନ୍ଦିର ନିକଟରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ପିତାବଳୀ , ବିରୂପାଖେଶ୍ୱର ଏବଂ ଶ୍ରୀ ଶନିଶ୍ଚର ଠାକୁରଙ୍କୁ ଦର୍ଶନ କରି ପୂର୍ତ୍ତ ବିଭାଗ ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ତତ୍ ସହିତ ଗ୍ରାମ ଏବଂ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଜଳସେଚନ ,ଉଦ୍ୟାନ ବିଭାଗ,ଏବଂ ଗମନା ଗମନ ର ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରହିଥିବା ସହ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମ ରେ କୋଠ ଘର,ଯୁବକ ମାନଙ୍କ ପାଇଁ କ୍ଲବ୍ ଘର କରାଯିବା ସହିତ ଅସମ୍ପୂର୍ଣ୍ଣ ମନ୍ଦିର ସମ୍ପୂର୍ଣ୍ଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ଦଶପଲ୍ଲା ବିଧାୟକ । ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ବିଜେଡ଼ି ସଭାପତି ସନାତନ ସାମଲ ,ବିଜେଡ଼ି ସଂଗଠକ ତଥା ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଉପ ସଭାପତି ମୂରଲୀଧର ଜେନା,ଯୋଗେନ୍ଦ୍ର ପ୍ରଧାନ,ପୂର୍ତ୍ତ ବିଭାଗ ଏସ ଡି ଓ ,କନିଷ୍ଠ ଯନ୍ତ୍ରୀ, ଜାକେଡ଼ା ସରପଞ୍ଚ ତ୍ରିଲୋଚନ ସାହୁ, କା ପ୍ତା ପଲ୍ଲୀ ପୂର୍ବତନ ସରପଞ୍ଚ ,ଏ ଆର୍ ଏସ ଏସ ପ୍ରୋଜେକ୍ଟ ମ୍ୟାନେଜର ପ୍ରମୁଖ ଯୋଗ ଦେଇ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଡେଙ୍ଗା ବାରି ,ଭଣ୍ଡାରି ବାରି ଭଳି ଦୁର୍ଗମ ଅଞ୍ଚଳକୁ ରାସ୍ତା ଏବଂ ଅଞ୍ଚଳର ବିକାଶ ପାଇଁ ଅହରହ ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ । ପୂର୍ତ୍ତ ବିଭାଗ ରାସ୍ତା ର ଉନ୍ନତି କରଣ ପାଇଁ ୧୮ କୋଟି ବ୍ୟୟ ବରାଦ ହୋଇଥିବା ଜଣା ପଡିଛି । ଦୀର୍ଘ ବର୍ଷ ଧରି ନୂଆଗାଁ ଠାରୁ ଡିମିରି ପଲ୍ଲୀ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଟି ଖାଲ ଖମା ସହ ଅଣ ଓସାରିଆ ଯୋଗୁଁ ଦୁର୍ଘଟଣା ଘଟିବା ସହ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ରାସ୍ତା ଉନ୍ନତି କରଣ ଏବଂ ପ୍ରଶସ୍ତ ହେବା ଦ୍ଵାରା ଦୁର୍ଘଟଣା କମିବା ସହ ହଜାର ହଜାର ଲୋକ ଙ୍କ ଗମନା ଗମନ ସୁବିଧା ହୋଇପାରିବ ବୋଲି ଅଞ୍ଚଳ ବାସୀ ମତ ପ୍ରକାଶ କରିବା ସହ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା କୁ ପ୍ରଶଂସା କରିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version