ହନୁମାନ ମନ୍ଦିରରେ ବିରଳ ଗରୁଡ଼ ପକ୍ଷୀ : ମନ୍ଦିରକୁ ଭକ୍ତଙ୍କ ସୁଅ

ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର )ହିଞ୍ଜିଳିକାଟୁ  :- ଶନିବାର ସକାଳେ ହିଞ୍ଜିଳିକାଟୁ ବ୍ଳକ ବାଦିଆମ୍ବଗାଁ ହନୁମାନ ମନ୍ଦିର ଭିତରକୁ ଏକ ବିରଳ ଗରୁଡ଼ ପକ୍ଷୀ ପ୍ରବେଶ କରିଛି । ମନ୍ଦିର ମଧ୍ୟରେ ଗରୁଡ଼ ପକ୍ଷୀ ପ୍ରବେଶ ପରେ ଏହା ଏକ ଆଲୋକିକ ଘଟଣା ବୋଲି ଭକ୍ତଙ୍କ ମଧ୍ୟରେ ଭାବନା ପ୍ରକାଶ ପାଇଛି । ଘଟଣା ପ୍ରଚାରିତ ହେବା ପରେ ମନ୍ଦିରକୁ ସ୍ଥାନୀୟ ଅଂଚଳର ବହୁ ଭକ୍ତଙ୍କ ସୁଅ ଛୁଟିଛି । କିଛି ଭକ୍ତ ଘଟଣା ପରେ ସଂପୃକ୍ତ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି ପୂବରୁ ସ୍ଥାନୀୟ ପୌରାଂଚଳର ୨ଟି ମନ୍ଦିରରେ ମଧ୍ୟ ଗରୁଡ଼ ପକ୍ଷୀ ମନ୍ଦିରରେ ପ୍ରବେଶ କରିଥିଲା ।   ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version