ଖୋର୍ଦ୍ଧା ରୋଡ଼ ରେଲୱେ ଡାକ୍ତରଖାନାରେ ରେଲୱେ ଡାକ୍ତରଙ୍କ ଦ୍ଵାରା ସ°ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣ ସଫଳ 

ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) ଖୋର୍ଦ୍ଧା :- ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ୍ ଡିଭିଜନାଲ ହସପିଟାଲ ରେ, ରେଳ ଡାକ୍ତରଙ୍କ ଏକ ଟିମ୍ ସଫଳତାର ସହ “ଅଷ୍ଟିଓଆର୍ଥ୍ରାଇଟିସ୍” (ଆଣ୍ଠୁ ଗଣ୍ଠିର ବୃଦ୍ଧାବସ୍ଥା) ରେ ପୀଡିତ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପତ୍ନୀଙ୍କର ସଫଳତାର ସହ ସର୍ଜରୀକରି“ସ°ପୂର୍ଣ୍ଣଆଣ୍ଠୁପ୍ରତିରୋପଣ” (TKR) କରିଛନ୍ତି । ଭାରତୀୟ ରେଳ ସ୍ୱାସ୍ଥ୍ୟସେବା(ଆଇଆରଏଚଏସ) ର ନିୟମିତ ରେଳ ଡାକ୍ତରଙ୍କ ଦ୍ଵାରା ଏପରି ଅପରେସନ୍ ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଳବାଇ ହସ୍ପିଟାଲରେ ଏହା ଦ୍ୱିତୀୟ ଥର ପାଇଁ ହୋଇଛି । ୬୬ ବର୍ଷ ବୟସର ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପତ୍ନୀ ତାଙ୍କ ଡାହାଣ ଆଣ୍ଠୁ ଗଣ୍ଠିରେ ଗୁରୁତର“ଅଷ୍ଟିଓଆର୍ଥ୍ରାଇଟିସ”ଦ୍ଵାରା ଆକ୍ରାନ୍ତ ହୋଇ ଆଣ୍ଠୁରେ ଗମ୍ଭୀର ଭାବରେ ବକ୍ର ହୋଇ ଅଙ୍ଗ ବିକୃତି ହେଉଥିଲା । ଚାଲିବା, ବସିବା ଏବଂ ଦୈନନ୍ଦିନ କାର୍ଯ୍ୟକଳାପ କରିବାରେ ଅସୁବିଧା ହେଉଥିଲା ।

ଚିକିତ୍ସାରେ କୈ।ଣସି ଉନ୍ନତି ହୋଇ ନ ଥିବାରୁ ତାଙ୍କୁ ଅନେକ ଅସ୍ଥିଶଲ୍ୟ ବିଶେଷଜ୍ଞ ସର୍ଜନଙ୍କ ଆଉ ଅନ୍ୟ ଉପାୟ ନଥିବା କହି ଆଣ୍ଠୁ ବଦଳାଇବାକୁ ପରାମର୍ଶ ଦେଇଥିଲେ । ଶେଷରେ ଖୋର୍ଦ୍ଧା ରୋଡ୍ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମ୍ଏସ୍) ଡଃ ବି ଗୌରୀ ଶଙ୍କର ରାଓ ଙ୍କ ନେତୃତ୍ୱରେ ଆଇଆରଏଚ୍ଏସ୍ ଡାକ୍ତରଙ୍କ ପୁରା ଟିମ୍ ଦ୍ୱାରା ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଲୱେ ହସ୍ପିଟାଲରେ ଏହି ଅସ୍ତ୍ରୋପଚାରକରାଯାଇଥିଲା ସମଗ୍ର ଅସ୍ତ୍ରୋପଚାର ପ୍ରାୟ ଏକ ଘଣ୍ଟା ପଇଁଚାଳିଶ ମିନିଟ୍ ନେଇଥିଲା ଏବଂ ଅପରେସନ୍ ଅବଧି ପୂର୍ବରୁ ଏବଂ ପରେ ରୋଗୀ ସମ୍ପୂର୍ଣ୍ଣ ସ୍ବାଭାବିକ ଥିଲେ ଏହିବିଶେଷଅସ୍ତ୍ରୋପଚାର,ମଣ୍ଡଳ ମେଡିକାଲ୍ ଅଫିସର (ଅର୍ଥୋପେଡିକ୍) ଡଃ ଭବାନୀ ଶଙ୍କର ବେହେରା, ଡକ୍ଟର କେ କେ ସେନାପତି, ସହାୟକ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ଆନାସ୍ଥେସିଆ) ପାରାମେଡିକାଲ କର୍ମଚାରୀ ଓ ଓଟି ର କର୍ମଚାରୀଙ୍କ ସହଯୋଗରେ ସ°ପର୍ଣ୍ଣ ହୋଇଥିଲା। ବର୍ତ୍ତମାନ ଅପରେସନ୍ ର ପରଦିନ ଠାରୁ ରୋଗୀ ସାଧାରଣ ଭାବରେ ଚାଲିବାରେ ସକ୍ଷମ ହେଉଛନ୍ତି ।   ( ଜଟଣୀ ରୁ ଇଫତେଖାର ଅଲ୍ଲୀ )

Exit mobile version