କେନ୍ଦ୍ରାପଡ଼ାଜିଲ୍ଲା ବଡ଼ ବାରଙ୍ଗ ବଳଦେବ ଜୀଉ ଙ୍କ ଫୁଲ ବଗିଚାରୁ ଗରୁଡ଼ ପକ୍ଷୀ ଉଦ୍ଧାର

ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଆଜି ସକାଳ ସମୟରେ ବଳଦେବ ଜୀଉ ଙ୍କ ଫୁଲ ବଗିଚାରେ ଫୁଲ ତୋଳାଳୀ ପ୍ରତ୍ୟେକ ଦିନ ଆଜି ଫୁଲ ତୋଳିବାକୁ ଯାଇଥିବା ସମୟରେ ହଠାତ୍ ବଗିଚାରେ ଦେଖିବାକୁ ପାଇଥିଲେ, ପୁରାଣ ବର୍ଣ୍ଣିତ ଭଗବାନ ଙ୍କ ଦ୍ୱିତୀୟ ଅବତାର ଏକ ଛୋଟ ଗରୁଡ଼ ପକ୍ଷୀ ଟିକୁ ଆଘାତ ଅବସ୍ଥାରେ ଦେଖିଥିଲେ । ଗରୁଡ଼ ପକ୍ଷୀ ଟିକୁ ଦେଖିବା ମାତ୍ରେ ଝିଅ ଜଣକ ନିଜ ଘରକୁ ନେଇଯାଇଥିଲେ ଏବଂ ସେଠାରେ କିଛି ଘରୋଇ ଚିକିତ୍ସା କରିଥିବାର ଦେଖିବାକୁ ମିଳିଛି ।

କୌଣସି ପ୍ରକାରେ ଏହି ଘଟଣା ପ୍ରଘଟ ହେବା ପରେ ପୁରା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ବୁଦ୍ଧିଜୀବୀ ଏବଂ ଧର୍ମପରାଣୀୟ ବାଦୀ ଲୋକ ମାନଙ୍କର ଦେଖିବା ଲାଗି ସୁଅ ଛୁଟି ଥିଲା । ତେବେ କୁହାଯାଏ , ସମାଜରେ କିଛି ପରିବର୍ତ୍ତନ ଘଟିବାର ଥିଲେ ଏହି ପ୍ରକାର ଜୀବ, ଜନ୍ତୁ ମାନଙ୍କ ର ଦୃଶ୍ୟ ଦେଖିବାକୁ ମିଳିଥାଏ ।

ଏହି ପକ୍ଷୀ ବିରଳ ପ୍ରଜାତିର ଅଟନ୍ତି ଏବଂ ଅଚାନକ ଏହି ଭଳି ପୁରାଣ ବର୍ଣ୍ଣିତ ଗରୁଡ଼ ପକ୍ଷୀ ମିଳିବା ଲୋକ ଙ୍କ ମନରେ ଏକ ଆଶ୍ଚର୍ଯ୍ୟ ତଥା ଧର୍ମ ପରାୟଣ ସ୍ଥିତି ସୃଷ୍ଟି କରିଛି । ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ବନ ବିଭାଗୀୟ ଅଧିକାରୀ ଗରୁଡ଼ ପକ୍ଷୀ ର ସୁରକ୍ଷା ନେଇ ଚିନ୍ତିତ ହୋଇପଡିଥିବା ଯାହା ଦେଖିବାକୁ ମିଳିଛି ।
( ରିପୋର୍ଟ – ଅନିରୁଧ ସେଠୀ )

Exit mobile version