ଫୁଲନଖରା ପୁରୁଣା କାଚରାମାଳ ଗ୍ରାମର ନୂତନ ଶନି ମନ୍ଦିର ପ୍ରତିଷ୍ଠା ଉସ୍ଚବ

ଓଡ଼ିଶା ତାଜା ନ୍ୟୁଜ (୨୦ ଫେବୃଆରୀ ଶନିବାର ) କଟକ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ର ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମର ନୂତନ ଶନିଶ୍ଚର ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉସ୍ଚବ କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଛି । ଏହା ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ପାଇଁ ଅପରାହ୍ନରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ନିକଟସ୍ଥ କୁଆଖାଇ ନଦୀର ଲକ୍ଷେଶ୍ୱର ଙ୍କ ଚନ୍ଦନ ଚାପ ଘାଟରେ କଳସ ବୁଡାଇଥିଲେ ।

ସେଠାରେ ପୂଜା ପାଠ କରାଯାଇ ସାରିବା ପରେ ମହିଳା ଏବଂ ପୁରୁଷ ମାନେ ନିଜ ନିଜର କଳସ ଧରି ଏକ ବିରାଟ ଶୋଭାଯାତ୍ର ରେ ଆସି ନୂତନ ଶନିଶ୍ଚର ମନ୍ଦିରରେ ପହଞ୍ଚି ଥିଲେ । ଯଞ୍ ମଣ୍ଡପରେ ପୂଜକ ମାନେ ଯଞ କାର୍ଯ୍ୟ ଆରମ୍ଭ କରିଥିଲେ । ଶନିବାର କଳସ ସ୍ଥାପନ, ଅଙ୍କୁରାରୋପଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ରବିବାର ଦିନ ସୂର୍ଯ୍ୟ ପୂଜା, ମଣ୍ଡଳପୂଜା,,ବିଗ୍ରହ ସ୍ନାନ, ନ୍ୟାସ କାର୍ଯ୍ୟ ଅନୁଷ୍ଠିତ ହେବ । ସୋମବାର ଦିନ ସୂର୍ଯ୍ୟ ପୂଜା, ହୋମଯଞ, ବିଗ୍ର ସ୍ଥାପନ , ସନ୍ଧ୍ୟାରେ ପୂର୍ଣ୍ଣାହୁତି କରାଯିବ। ପୂର୍ଣାହୁତିରେ ଶେଷହେଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ପରିବେଷଣ ସହିତ ପ୍ରସାଦ ଶେବନ କାର୍ଯ୍ୟ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ କୁ ପୁରୁଣା କାଚରାମାଳ ଗ୍ରାମବାସୀ ଏବଂ ଯୁବକ ମାନେ ପରିଚାଳନା କରୁଛନ୍ତି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

Exit mobile version