ଯାଜପୁର ଜିଲା ଓମ୍‌ଫେଡ୍ ଏଜେଂଟ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଏରୀର ନୂତନ ପରିଚଳାକଙ୍କୁ ଶୁଭେଚ୍ଛା

ଓଡ଼ିଶା ତାଜା ନ୍ୟୁଜ (୨୦ ଫେବୃଆରୀ ଶନିବାର ) କୋରାଇ :- ଶାଳପଡା ଡାଏରୀ ଅଧିନସ୍ତ ଯାଜପୁର ଜିଲା ଓମ୍‌ଫେଡ୍ ଏଜେଂଟ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ତାରାକାନ୍ତ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଶାଳପଡା ଡାଏରୀ ପରିଚାଳକ ଅନିରୁଦ୍ଧ ମଜୁମଦାର ଯୋଗଦେଇ ଏଜେଂଟ ମାନଙ୍କର ବିଭିନ୍ନ ସମାସ୍ୟା ସଂପର୍କରେ ଆଲୋଚନା କରିବା ସହ ଓମଫେଡ କ୍ଷୀର ଓ ଉତ୍ପାଦିତ ଦ୍ରବ୍ୟର ଗୁଣ ବର୍ତାନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ା ଅନ୍ୟତମ ଅତିଥିଭାବେ ଡାଏରୀ ମାର୍କେଟିଂ ଇନଚାର୍ଜ ଡମ୍ବୁରୁଧର ଦାସ, ରୁଟଇନଚାର୍ଜ ସୁଶିଲକୁମାର ଧର, ଅରବିନ୍ଦ ଭୂୟାଁ, ଜିତେନ୍ଦ୍ରକୁମାର ଦାସ ପ୍ରମୁଖ ଯୋଗଦେଇ ଓମଫେଡ୍ କିପରି ଖାଉଟିଂଙ୍କର ଚାହିଦା ମେଂଟାଇପାରିବ ସେନେଇ ବିସ୍ତୃତଭାବେ ଆଲୋଚନା କରିଥିଲା ।

ଏହି ଅବସରରେ ସଂଘ ପକ୍ଷରୁ ଶାଳପଡା ଡାଏରୀରେ ନୂତନଭାବେ ଯୋଗଦାନ କରିଥିବା ଡାଏରୀ ପରିଚାଳକ ଶ୍ରୀ ମଜୁମଦାରଙ୍କୁ ସଂପାଦକ ଅଜୟକୁମାର ମଲ୍ଲିକ, ସଭାପତି ଶ୍ରୀ ସାମଲଙ୍କ ସମେତ ମଳୟକୁମାର ମଲ୍ଳିକ, ପ୍ରଫୁଲକୁମାର ସାହୁ, ତପନ ଶତପଥୀ, ପରମେଶ୍ୱର ନାୟକ, ଉମାକାନ୍ତ ସେଠୀ, ମାଧବାନନ୍ଦ ସାହୁ, ପରମେଶ୍ୱର ଦାସ, ବିଦ୍ୟାଧର ସାହୁ, ଅଜୟ ଦାସ, ବି୩⁄୪ୁଭଗବାନ ଦାସ ପ୍ରମୁଖ ଏଜେଣଂଟମାନେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶୁଭେଚ୍ଛା ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ ସାହୁ, ପ୍ରଶାନ୍ତ ସିଂହ, କେଶବ ସାହୁ, କୁଶଧ୍ୱଜ ଖୁଂଟିଆ, ରବୀନ୍ଦ୍ର ସାହୁ, ପ୍ରଦୀପ ସାହୁ, ନିଧିରାମ ସାହୁ, ଭରତଚନ୍ଦ୍ର ସାହୁ, ସୁବାସ ସାହୁ, ପୂ ଣ୍ଣ ର୍ଚନ୍ଦ୍ର ସାହୁ, ଗୋବିନ୍ଦ ପାତ୍ର, ନିଗମାନନ୍ଦ ପଟ୍ଟନାୟକ ପ୍ରମୁଖ ଏଜେଂଟମାନେ ବୈଠକରେ ଉପସ୍ଥିତ ଥିଲେ । ଶେଷର ମଳୟକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।  ( କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

Exit mobile version