ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୧୯ ଫେବୃଆରୀ ଶୁକ୍ରବାର )  ଭୁବନେଶ୍ୱର  :- ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ବିଭିନ୍ନ ଦାବି ନେଇ ଗତ ୩ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣାରେ ବସିରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭବ ଯୋଗୁଁ କୌଣସି ସୁଫଳ ମିଳିପାରି ନାହିଁ । ଆଜିର ଏହି ମହାସମାବେଶରେ ୨୦୧୪ର ସ୍ଥିରୀକୃତ ସିଡ଼୍ୟୁଲ ରେଟର ୨୦୨୧ ମୂଲ୍ୟଭିତ୍ତିରେ ପୁନଃ ଆକଳନ କରିବା, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ଼ ଡ଼ାଟା ବୁକ୍‌ର ତୁରନ୍ତ ପ୍ରଚଳନ ହେଉ, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ କରାଯାଉ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ପ୍ରତ୍ୟାହାର କରାଯାଉ,

ମାନ୍ୟବର ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ଉଚିତ ନୟମାବଳୀର ପ୍ରଚଳନ ଏବଂ ପ୍ରାପ୍ୟ ପ୍ରଦାନ କରାଯାଉ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ୍‌ସମ୍ପର୍କିତ ପ୍ରାପ୍ୟ ପ୍ରଦାନ, ତେଲେଙ୍ଗାନା ସରକାରଙ୍କ ନିତି ଅନୁଯାୟୀ ଜିଏସ୍‌ଟି ପାଇଁ ଓଡ଼ିଶା ଠିକାଦାରଙ୍କୁ ୧୦ ପ୍ରତିଶତ ଅଧିକ ପ୍ର୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ, ଓଡ଼ିଶାର ସମସ୍ତ କାର୍ଯ୍ୟ କେବଳ ଓଡ଼ିଶା ଠିକାଦାରଙ୍କ ମଧ୍ୟରେ ସମ୍ପାଦନ କରିବା ଆଦି ଦାବି ନେଇ ରଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଯଦି ଖୁବ୍ କମ୍ ଦିନ ମଧ୍ୟରେ ରାଜ୍ୟ ସରକାର ଆମ୍ଭର ଦାବିଗୁଡ଼ିକ ପୂରଣ ନକରନ୍ତି,

ତେବେ ଆଗାମୀଦିନରେ ଓଡ଼ିଶାରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ମହାସଂଘର ସମସ୍ତ ଠିକାଦାର ଆମରଣ ଅନଶନରେ ବସିବା ପାଇଁ ଚେତାବନୀ ଦେଇଛନ୍ତି । ଆଜିର ଏହି ମହାସମାବେଶରେ ମହାସଂଘର ସଭାପତି ପ୍ରଭାତ ଦାଶ, ସମ୍ପାଦକ ଭାଗ୍ୟଧର ଦାସ, ଅମ୍ବୁଜକାନ୍ତ ଦାସ, ଶୋଭନ ମହାନ୍ତି, ପ୍ରବୀଣ କୁମାର ଗଜେନ୍ଦ୍ର, ସରୋଜ ପଣ୍ଡା, ପ୍ରିୟରଞ୍ଜନ ନାୟକ, ଗଣେଶ ଜେନା, ମାସୁମ ମଲିଆ, ଲଛମନ ରାଉତଙ୍କ ସମେତ ଓଡ଼ିଶାର ସମସ୍ତ ଠିକାଦାର ଯୋଗ ଦେଇଥିଲେ ।

Exit mobile version