Home ଓଡ଼ିଶା ଭୁବନେଶ୍ୱର ରେଳ ଷ୍ଟେସନକୁ “ଏକ ସଠିକ୍ ଭୋଜନ ଷ୍ଟେସନ” , ଭାବରେ ତିଆରି କରିବା ପାଇଁ ଖାଦ୍ୟ ବ୍ୟବସାୟ ଅପରେଟର ଏବଂ ବିକ୍ରେତାଙ୍କ ସହିତ ଖାଦ୍ୟ ନିରାପତ୍ତା ତାଲିମ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp 1. ଏହି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଦ୍ୱାରା ଆରମ୍ଭ ହୋଇଥିବା “ସଠିକ ଭୋଜନ ଭାରତ ଆନ୍ଦୋଳନ” ଅଧୀନରେ ଏକ ପଦକ୍ଷେପ । 2. ଲକ୍ଷ୍ୟ ହେଉଛି ରେଳ ଷ୍ଟେସନରେ ଥିବା କ୍ୟାଟରିଂ ୟୁନିଟ୍ ଗୁଡିକରେ ଖାଦ୍ୟ ନିରାପତ୍ତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା । ଓଡ଼ିଶା ତାଜା ନ୍ୟୁଜ (୧୯ ଫେବୃଆରୀ ଶୁକ୍ରବାର ) ଜଟଣୀ :- ଭୁବନେଶ୍ୱର ରେଳ ଷ୍ଟେସନକୁ “ଏକ ସଠିକ୍ ଭୋଜନ ଷ୍ଟେସନ” , ଭାବରେ ତିଆରି କରିବା ପାଇଁ ଖାଦ୍ୟ ବ୍ୟବସାୟ ଅପରେଟର ଏବଂ ବିକ୍ରେତାଙ୍କ ସହିତ ଖାଦ୍ୟ ନିରାପତ୍ତା ତାଲିମ । ଭାରତରେ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଜୀବନ ଶୈଳୀରେ ବାଧା ଦେଉ ଥିବା ଅପୁଷ୍ଟିକର ଖାଦ୍ୟରୁ ଉତ୍ପନ୍ନ ରୋଗ ସହ ଲଢିବା ପାଇଁ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) “ସଠିକ୍ ଭୋଜନ-ସଠିକ ଜୀବନ” ଏକ ଏଜେଣ୍ଡା ସହିତ “ସଠିକ ଭୋଜନ ଭାରତ” ପଦକ୍ଷେପ ନେଇଛି । “ସଠିକ ଭୋଜନ ଷ୍ଟେସନ” ପଦକ୍ଷେପ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ଦ୍ଵାରା ଆରମ୍ଭ ହୋଇଥିବା ‘ସଠିକ ଭୋଜନ ଭାରତ” ଆନ୍ଦୋଳନର ଏକ ଅଂଶ ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରମୁଖ ରେଳ ଷ୍ଟେସନରେ ଅବସ୍ଥାପିତ କ୍ୟାଟରିଂ ୟୁନିଟ୍ ଗୁଡିକରେ ଖାଦ୍ୟ ନିରାପତ୍ତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଯାହା ଦ୍ଵାରା ଯାତ୍ରୀମାନଙ୍କୁ ସଠିକ ଭାବରେ ସଠିକ୍ ଖାଦ୍ୟ ଯୋଗାଇ ଦିଆଯାଇପାରିବ । ଖାଦ୍ୟ ସୁରକ୍ଷା କମିଶନର ଓଡିଶା ସରକାରଙ୍କ ତରଫରୁ ଭୁବନେଶ୍ୱର ରେଳ ଷ୍ଟେସନକୁ “ସଠିକ ଭୋଜନ ଷ୍ଟେସନ” ଘୋଷଣା କରିବାକୁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁଯାୟୀ ଭୁବନେଶ୍ୱର ରେଳ ଷ୍ଟେସନରେ ଥିବା ସମସ୍ତ ଖାଦ୍ୟ ବିକ୍ରୟ ପ୍ରତିଷ୍ଠାନକୁ FSSAI ଖାଦ୍ୟ ଲାଇସେନ୍ସ ଏବଂ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ ଅପରେଟର / ବିକ୍ରେତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସମାପ୍ତ ହୋଇଛି ଏବଂ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନକୁ “ସଠିକ ଭୋଜନ ଷ୍ଟେସନ” କରିବା ପାଇଁ ଏକ ପ୍ରୟାସର ଏକ ଅଂଶ ଭାବରେ ୧୭,୨,୨୦୨୧ ଦିନ ୩୧ଟି ଖାଦ୍ୟ ବ୍ୟବସାୟ ଅପରେଟର ଏବଂ ଭୁବନେଶ୍ୱର ରେଳ ଷ୍ଟେସନରେ ଖାଦ୍ୟ ସୁରକ୍ଷା ୱିଙ୍ଗ ଦ୍ୱାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା। ପୂର୍ବ ତଟ ରେଳ ଚିକିତ୍ସା ବିଭାଗ, ଓଡିଶା ସରକାରଙ୍କ ଖାଦ୍ୟ ନିରାପତ୍ତା ବିଭାଗ ଏବଂ FSSAI ଅନୁମୋଦିତ ତାଲିମ ସହଭାଗୀ ଅର୍ଥାତ୍ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍, ମଧ୍ୟପ୍ରଦେଶର ସହଯୋଗରେ ଏଵ° ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ସହାୟକ ବାଣିଜ୍ୟ ପ୍ରବନ୍ଧକ ( କାଟେରି°) ଓ କାଟେରି° ନିରୀକ୍ଷକଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶୀଘ୍ର ଅବଶିଷ୍ଟ କ୍ୟାଟରିଂ କର୍ମଚାରୀଙ୍କ ପାଇଁ କରାଯିବ । ଏହି କାର୍ଯ୍ୟକ୍ରମ ସମୟରେ କ୍ୟାଟରିଂ କର୍ମଚାରୀମାନଙ୍କୁ ଖାଦ୍ୟ ନିରାପତ୍ତା, ଖାଦ୍ୟ ସଂରକ୍ଷଣ, ସଠିକ୍ ଖାଦ୍ୟ ସଂରକ୍ଷଣ, ସଠିକ୍ ଆଚରଣ, ସଠିକ୍ ପୋଷାକ, ସଠିକ୍ ସେବା, ସଠିକ୍ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ବିଷୟରେ ତାଲିମ ଦିଆଯାଇଥିଲା ଏବଂ ତାଲିମ ଏବଂ ଅନ୍ୟାନ୍ୟ ଔପଚାରିକ କାର୍ଯ୍ୟ ସମାପ୍ତ ହେବା ପରେ ଭୁବନେଶ୍ୱର ରେଳ ଷ୍ଟେସନର ଅଡିଟ୍ କରାଯିବ। ଭୁବନେଶ୍ୱର ରେଳ ଷ୍ଟେସନକୁ “ସଠିକ ଭୋଜନ ଷ୍ଟେସନ” ଘୋଷଣା ପାଇଁ FSSAI ଅନୁମୋଦିତ ଏଜେନ୍ସି ଦ୍ଵାରା ଏହି ଅଡିଟ୍ କରାଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଡକ୍ଟର ଏଚ୍ ଏସ୍ ବାରିକ୍, ଭୁବନେଶ୍ୱର ପୂର୍ବ ତଟ ରେଳର ଅତିରିକ୍ତ ମୁଖ୍ୟ ମେଡିକାଲ୍ ନିର୍ଦ୍ଦେଶକ ତଥା FSSAI ମନୋନିତ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ଵେତକମଲ ସଂଯୋଜନା କରିଥିଲେ । (ଜଟଣୀରୁ ଇଫତେଖାର ଅଲ୍ଲୀ) Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026