ମୟୁରଭଂଜ ସଡ଼କ ଦୁର୍ଘଟଣା ; ମୁଖ୍ୟମନ୍ତ୍ରୀଙ୍କ ଶୋକ : ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଓଡ଼ିଶା ତାଜା ନ୍ୟୁଜ (୧୯ ଫେବୃଆରୀ ଶୁକ୍ରବାର ) ଭୁବନେଶ୍ୱର :- ମୟୁରଭଂଜ ସଡ଼କ ଦୁର୍ଘଟଣା , ମୁଖ୍ୟମନ୍ତ୍ରୀଙ୍କ ଶୋକ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା, ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ  ପାଞ୍ଚ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଶୋକ ପ୍ରକାଶ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ । ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ   ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା  କରିଛନ୍ତି ।

Exit mobile version