କୃଷି ଓ କୃଷକ ବିରୋଧୀ କଳା ଆଇନ ବାତିଲ ଦାବୀରେ ବ୍ରହ୍ମପୁରରେ ରେଳରୋକ

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର ) ବ୍ରହ୍ମପୁର  :-  ବ୍ରହ୍ମପୁର କେନ୍ଦ୍ରର ମୋଦି ସରକାରର କୃଷି ଓ କୃଷକ ସର୍ବନାଶକାରୀ ତିନି କଳା ଆଇନର ବାତିଲ କରିବା ଏବଂ କୃଷକଙ୍କ ସବୁ ଫସଲର ଏମଏସପି ପାଇଁ ଆଇନ ଦାବୀରେ କୃଷକ ସଙ୍ଗଠନ ମାନଙ୍କ ସର୍ବଭାରତୀୟ ମିଳିତ ମଂଚ “ସଂଯୁକ୍ତ କିଷାନ ମୋର୍ଚ୍ଚା” ଏବଂ ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ପକ୍ଷରୁ ଆଜି ଦେଶବ୍ୟାପୀ ରେଳରୋକର ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଆଜି ଜିଲ୍ଲାର କୃଷକ ସଙ୍ଗଠନ ମାନଙ୍କ ନେତୄତ୍ଵରେ ଶତାଧିକ କୃଷକ ରେଳ ଧାରଣା ଉପରେ ବସି ରହି ରେଳରୋକ ଆନ୍ଦୋଳନ କରିଥିଲେ । ମଧ୍ୟାହ୍ନ ବାରଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଫଳରେ ବିଶାଖା ଏକ୍ସପ୍ରେସ ସମେତ ଅନେକ ଯାତ୍ରୀବାହୀ ରେଳଗାଡ଼ି ଓ ମାଲଗାଡି ଇଛାପୁର ତଥା ଅନ୍ୟାନ୍ୟ ଷ୍ଟେସନରେ ଦୀର୍ଘ ସମୟ ଧରି ଅଟକି ରହିଥିଲା ।

ପରେ ଜିଆରପି ପୋଲିସ ପକ୍ଷରୁ ଆନ୍ଦୋଳନକାରୀମାନଙ୍କୁ ଗିରଫ କରି ଅବରୋଧ ହଟାଯାଇଥିଲା । ଆଜିର ଏହି ରେଳରୋକ ଆନ୍ଦୋଳନରେ ଏଆଇକେଏସର ଜିଲ୍ଲା ସଭାପତି ରାଜୀବ ଲୋଚନ ପଣ୍ଡା, ସୁଦର୍ଶନ ସ୍ଵାଇଁ , ରଙ୍କନିଧି ସ୍ଵାଇଁ , ନୀଳକଂଠ ଦାସ, ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଲଡୁକିଶୋର ଡାକୁଆ, ନାରାୟଣ ବିଷୋୟୀ , ସନ୍ତୋଷ ନାୟକ, ହୃଷିକେଶ ନାୟକ, କୃଷକ ସଭାର ଗୋପାଳ ପାଣିଗ୍ରାହୀ, ବସନ୍ତ ନନ୍ଦ , ବିଦ୍ୟାଧର ଜେନା , ଯୁଦ୍ଧିଷ୍ଠିର ବେହେରା , କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ , ପି ପାର୍ବତୀ , ଏଆଇକେକେଏମଏସ୍ ପକ୍ଷରୁ ଶିବାନୀ ଶଙ୍କର ମିଶ୍ର, ପପୁନ ସାହୁ, ଯୁବନେତା ଲକ୍ଷ୍ମୀ ନୃସିଂହ ରଥ, ଶିବରାମ ସାହୁ , ମଧୂସୁଦନ ସେଠୀ ପ୍ରମୁଖ ଯୋଗ ଦାନ କରି ଗିରଫଦାରୀ ଦେଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version