ଗ୍ରାମର ବିକାଶ ସହିତ ମା କୁଲେଇଶୁଣି ପୀଠର ବିକାଶ ଉପରେ ଦଶପଲ୍ଲା ବିଧାୟକ ଙ୍କ ଗୁରୁତ୍ୱାରୋପ

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର ) ନୂଆଗାଁ :-  ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁହାଁବାରି ପଞ୍ଚାୟତ ଗୁଣ୍ଡୁରାସାହି ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା କୁଲେଇ ସୁଣୀ ଙ୍କ ପୀଠରେ ଅଷ୍ଟ ପ୍ରହରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗ୍ରାମର ବିକାଶ ଏବଂ ମା ଙ୍କ ପୀଠର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,

 

ସ୍ଥାନୀୟ ସମିତି ସଭ୍ୟ, ର ତାଦେଇ କମିଟି ସଭାପତି ସଞ୍ଜୀବ କୁମାର ଡାକୁଆ , କାପ୍ତା ପଲ୍ଲୀ ପୂର୍ବତନ ସରପଞ୍ଚ ଲଡୁ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ବ୍ଲକ୍ ଉପାଧ୍ୟ କ୍ଷା ପୁଷ୍ପାଞ୍ଜଳି ସାହୁ ଙ୍କ ନେତୃତ୍ୱରେ ମହିଳା ମାନେ ମିଶି ପ୍ରଥମ କରି ମା ଙ୍କ ପୀଠରେ ଏହି ଅଷ୍ଟ ପ୍ରହରୀ କାର୍ଯ୍ୟକ୍ରମ କରାଯାଇଥିବା ଜଣା ପଡିଛି।ଗ୍ରାମବାସୀ ଙ୍କ ତରଫରୁ ଦଶପଲ୍ଲା ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Exit mobile version