ପଲାସା ଭୁବନେଶ୍ୱର ମେମୋ ଟ୍ରେନ୍ ରୁ ଏକ୍ସପ୍ରେସ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ପୂର୍ବର ସାଧାରଣ ଭଡ଼ା ଅପରିବର୍ତ୍ତିତ ରହୁ ; ସମସ୍ତ ମେମୋ ଟ୍ରେନ୍ ପୁନଃ ଚଳାଚଳ କରାଯାଉ – ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର ) ବ୍ରହ୍ମପୁର  :- ବ୍ରହ୍ମପୁର  ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଅନୁଷ୍ଠାନ ର କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ ଓ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସୀନ ହୋଇ ସଭା ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା ଏବଂ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ଜନସାଧାରଣ ଓ ପୁଲବାମା ଆକ୍ରମଣର ଦ୍ବିତୀୟ ବାର୍ଷିକୀ ଅବସରରେ ସହିଦ ଜବାନ ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ରାଜ୍ୟରେ କରୋନା ସଂକ୍ରମଣ ଯଥେଷ୍ଟ ପରିମାଣରେ କମିବାରେ ଲାଗିଛି । ତେଣୁ ରେଳ ବିଭାଗ ଦ୍ବାରା କାଳବିଳମ୍ବ ନକରି ଯଥାଶୀଘ୍ର ସମସ୍ତ ମେମୋ ଟ୍ରେନ୍ ଚଳାଚଳ ଆରମ୍ଭ କରଯାଉ ।

ଏଥିନିମନ୍ତେ ରେଳ ବିଭାଗ କୁ ଅନୁଷ୍ଠାନ ତରଫରୁ ଆଗାମୀ ଦିନରେ ସ୍ମାରକ ପତ୍ର ବ୍ରହ୍ମପୁର ଷ୍ଟେସନ ପ୍ରବନ୍ଧକଙ୍କ ଜରିଆରେ ରେଳ ବିଭାଗର ଖୋର୍ଦ୍ଧା ଆଞ୍ଚଳିକ ମହାପ୍ରବନ୍ଧକ ଓ ଭୁବନେଶ୍ୱର ରାଜ୍ୟକାର୍ଯ୍ୟାଳୟ ମୁଖ୍ୟଙ୍କ ସମେତ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, କେନ୍ଦ୍ର ରେଳମନ୍ତ୍ରୀ , ଗଞ୍ଜାମ ଜିଲ୍ଲା ର ଦୁଇ ସାଂସଦ ଓ ସମସ୍ତ ବିଧାୟକମାନଙ୍କୁ ପ୍ରଦାନ କରାଯିବ ପାଇଁ ନିଷ୍ପତ୍ତି ନିଆଗଲା। ଏହି ଅବସରରେ ସମ୍ପାଦକ ରଜନୀକାନ୍ତ ମଣ୍ଡଳ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ପ୍ରମୁଖ ଙ୍କ ସମେତ ବିଚିତ୍ରାନନ୍ଦ ବେବର୍ତ୍ତା , ବିଜୟ କୁମାର ସାହୁ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର , ଡକ୍ଟର ଭରତ ପଣ୍ଡା , ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା , ଆର୍ କେ ଆଚାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ଆଗାମୀ ବୈଠକ ଘଟକେଶ୍ବର ପୀଠ ରେ ଅନୁଷ୍ଠିତ ହେବା ସୂଚନା ପ୍ରଦାନ କରି ସମ୍ପାଦକ ରଜନୀକାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।( ରିପୋର୍ଟ : ଶେଷଦେବ ସାହୁ ,ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version