ପରୀକୁ ଅଭିଯୁକ୍ତ କେମିତି ନେଲା ନିଜ ଘରକୁ – ସବୁ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛି ଅଭିଯୁକ୍ତ

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର) ନୟାଗଡ : – ନିଜେ ହତ୍ୟାକାରୀ କେମିତି ହତ୍ୟା କଲା ପରୀକୁ ତାହାର ଏକ ଭିଡିଓ ଏବେ ସମ୍ନାକୁ ଆସିବା ପରେ ସବୁ କାହାଣୀ ସ୍ପଷ୍ଟ ହୋଇଯାଇଛି । କେମିତି ପରୀକୁ ନିଜ ଘରକୁ ନେଲା କେମିତି ପରୀକୁ ନିଜ ଘରକୁ ନେଲା ତଣ୍ଟିଚିପି ହତ୍ୟାକରି ବାରିପଟେ କେମିତି ଫୋପାଡ଼ିଲା ସବୁ ଗୋଟି ଗୋଟି କରି କହିଛି ଅଭିଯୁକ୍ତ ।

ସବୁ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛି ଅଭିଯୁକ୍ତ । ଦାଣ୍ଡରେ ଖେଳୁଥିବା ବେଳେ ଘରେ କେହିନଥିବାର ସୁଯୋଗ ପାଇ ପରୀ କୁ ପ୍ରଥମେ ହାତଠାରି ଡ଼ାକିଥିଲା । ଦୁଷ୍କର୍ମ ପାଇଁ ପ୍ରଥମେ ତଳେ ପକାଇ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ । ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ପ୍ରଥମେ ଲେଗିନ୍ସକୁ ଖୋଲିଥିଲା, ହେଲେ ଅନୁତାପ ହେବାରୁ ଦୁଷ୍କର୍ମ କରିନଥିଲା ବୋଲି ଅଭିଯୁକ୍ତ ଭିଡିଓ ସ୍ୱୀକାର କରିଛି । ମୃତଦେହ ଫିଙ୍ଗିବା ପୂର୍ବରୁ ଲେଗିନ୍ସକୁ ପୋଖରୀରେ ଫୋପାଡ଼ିଥିଲା । ତାପରେ ମୃତଦେହ କୁ ଫୋପାଡ଼ିଥିଲା ଅଭିଯୁକ୍ତ। ଆଉ ଏହି ଜଘନ୍ୟ କାଣ୍ଡ ସମୟରେ ଘରେ କେହିନଥିବା କହିଛି ଅଭିଯୁକ୍ତ । ପରେ ଅଭିଯୁକ୍ତର ମାଆ ଓ ଭଉଣୀ ଫେରିବା ପରେ ପରୀ ପ୍ରସଙ୍ଗରେ ତାକୁ ପଚାରିଥିଲେ, କିନ୍ତୁ ସେ ଦେଖିନଥିବା କହିଥିବା ନେଇ ଏହି ଭିଡିଓରେ ସ୍ୱୀକାର କରିଛି ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ନିଖୋଜ ପରୀର ଗଳିତ ମୃତଦେହ ଗାଁ ପୋଖରୀ ହୁଡାରେ ମିଳିଥିଲା । ଝିଅକୁ ହତ୍ୟା କରାଯାଇଥିବା ନେଇ ନୟାଗଡ଼ ସଦର ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। କିନ୍ତୁ ମାମଲାର ତଦନ୍ତରେ ପୋଲିସ ଅବହେଳା ଦେଖାଇଥିଲା । ପରେ ବାଧ୍ୟ ହୋଇ ବିଧାନସଭା ଆଗରେ ପରୀର ବାପା-ମାଆ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରବର୍ତ୍ତି ସମୟରେ ରାଜ୍ୟ ସରକାର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଝଓଞ ଗଠନ କରି ତଦନ୍ତ କରି ଅଭିଯୁକ୍ତକୁ ଧରିଥିଲେ । (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)

Exit mobile version