ଶୌଚ ପାଇଁ ଯାଇଥିବାବେଳେ ବିଧବା ମହିଳାଙ୍କୁ ପାଟ ନାଳି ମଧ୍ୟରେ ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର ) ମାହାଙ୍ଗା :- ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ର ଭେଡା ସାଲେପୁର ଗ୍ରାମର ମଝି ପାଟ କେନାଲ ମଧ୍ୟରୁ ବିଧବା ମହିଳାଙ୍କ କ୍ଷତ ବୀକ୍ଷତ ମୃତଦେହ ପଡ଼ିଥିବା ଆଜି ସକାଳୁ ଦେଖିବାକୁ ମିଳିଛି, ସେ ଗତକାଲି ସନ୍ଧ୍ୟାରେ ଶୌଚ ପାଇଁ ନିଜ ବାସଗୃହ ପଛପଟ ବିଲକୁ ଯାଇଥିଲେ, ଏହି ସମୟରେ ଗାଁରେ ବିଭାହ ଭୋଜି ସହ ସରସ୍ବତୀ ଠାକୁର ଭସାଣି ଉତ୍ସବ ହେଉଥିଲା, ଭସାଣି ଯାତ୍ରାରେ ମାଇକ ବାଜୁଥିବାର ସୁଯୋଗ ନେଇ କେଇ ଦୁର୍ବୁତ୍ତ ମାନେ ଉକ୍ତ ମହିଳାଙ୍କୁ ବିଲରୁ ଟେକିନେଇ ଗଣ ଦୁଷ୍କର୍ମ କରିବାସହ ପାଟ ମଝିରେ ଥିବା କେନାଲ ପଙ୍କରେ ମୁହଁକୁ ମାଡି ଅତି ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଛି, ଏଥିନେଇ ନେଇ ମୃତ ଅର୍ଣ୍ଣପୂର୍ଣା ମହାପାତ୍ରଙ୍କ ପିତା ଭରତପ୍ରସାଦ ଜେନା ଗଣମାଧ୍ୟମରେ ଅଭିଯୋଗ କରି କହିଛନ୍ତି କି ତାଙ୍କ ବିଧବା ଝିଅକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି,

ଘର ନିକଟରେ ନଳକୂପ ନିକଟରେ ଏକ ପ୍ଲାଷ୍ଟିକ ବାଲ୍ଟିରେ ପାଣି ରହିବା ସହ ଘର ମଧ୍ୟରେ ଅର୍ଣ୍ଣପୂର୍ଣା ପିନ୍ଧା ଲୁଗାପଟା ଓ ଘର ପଛରେ କିଛି ଛିଣ୍ଡା ଛୁଟି ପଡିରହିଥିବା ବେଳେ ଘର ଠାରୁ ଅଳ୍ପଦୂରରେ ଏକ ଗାମୁଛା ପଡ଼ିଥିବା ଦେଖିବାକୁ ମିଳିଛି, ଗତକାଲି ସନ୍ଦ୍ୟା ସମୟରୁ ଅର୍ଣ୍ଣପୂର୍ଣା ରହୁଥିବା ଘରେ ତାଲା ପଡିଥିବାବେଳେ ସନ୍ଧ୍ୟା ସାଢ଼େସାତଟା ବେଳୁ ତାଙ୍କୁ ଦେଖିବାକୁ ମିଳିନଥିଲା ଅର୍ଣ୍ଣପୂର୍ଣାଙ୍କ ସ୍ୱାମୀ ଗତ ତିନିବର୍ଷ ହେବ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ଓ ପୁତ୍ର ବଧୂ ବାଙ୍ଗାଲୋର ରେ ଚାକିରୀ କରି ସେଠାରେ ରହୁଥିବାରୁ ଅର୍ଣ୍ଣପୂର୍ଣା ଏକାକୀ ତାଙ୍କ ନୂତନ ଅର୍ଦ୍ଧ ନିର୍ମିତ ଗୃହରେ ରହିଆସୁଥିଲେ, ରାତ୍ରିରେ ତାଙ୍କ ପୁତୁରା ତାଙ୍କ ସହ ରହୁଥିଲେ, କିନ୍ତୁ ଗତକାଲି ସରସ୍ବତୀ ପୂଜା ଭସାଣି ହେଉଥିବାରୁ ପୁତୁରା ସନ୍ଧ୍ୟାବେଳେ ତାଙ୍କ ଘରକୁ ଆସି ଘର ତାଲା ପଡିଥିବାରୁ ଫେରିଯାଇଥିବା କହିଛନ୍ତି, ଆଜି ସକାଳୁ ଗ୍ରାମରେ କେହି ଶୌଚ ପାଇଁ କେନାଲ କୁ ଯାଇଥିବାବେଳେ ଅର୍ଣ୍ଣପୂର୍ଣା ମରିପଡିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ,

ଏହାପରେ ତାଙ୍କ ପରିବାର ଲୋକ ସେଠାରେ ପହଂଚି ପୋଲିସ କୁ ଖବରଦେଇଥିଲେ, କୁମୁଡା ଯଇପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ସେଠାରେ ପହଂଚି ଘଟଣାର ଅନୁଧ୍ୟାନ କରିଥିଲେ, ପୋଲିସ ବିଜ୍ଞାନୀ ଅନୁସନ୍ଧାନୀ ଦଳ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି, ଗୋଟପଟେ ମୃତ ମହିଳାଙ୍କ ପିତା ଦୁଷ୍କର୍ମ ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବାନେଇ ଗଣମାଧ୍ୟମକୁ ପତିକ୍ରିୟା ଦେବାର କେଇଘଣ୍ଟା ପରେ ଝିଅର ମୃତ୍ୟୁ ସନ୍ଦେହଜନକ ଓ କାରଣ ଅସ୍ପଷ୍ଟ ବୋଲି ପୋଲିସ ନିକଟରେ ଅଭିଯୋଗ କରିବା ଏହି ଘଟଣାକୁ ଅଧିକ ଜଟିଳ କରିଛି, କାହା ଚାପରେ ମୃତ ମହିଳାଙ୍କ ପିତା ନିଜର ବୟାନ ବଦଳାଇଲେ ତାହାକୁ ନେଇ ସାଧାରଣରେ ହଟଚମଟ ସୃଷ୍ଟି ହୋଇଛି, (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version