ପୂର୍ବତନ ମନ୍ତ୍ର ସ୍ୱର୍ଗତ ପ୍ରଫେସର କାଳନ୍ଦି ବେହେରାଙ୍କ ଷଷ୍ଠ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର ) କଟକ :- ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଫେସର କାଳନ୍ଦି ବେହେରାଙ୍କ ଷଷ୍ଠ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା କଟକ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସିଏମସି ୫୮ ନମ୍ବର ୱ।ର୍ଡ଼ ର ଡାହାଳିଆବାଗ ସ୍ଥିତ, ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ,ୱ।ର୍ଡ଼ ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କର୍ପୋରେଟର କୌଶିକ୍ ଜେନା, ବିକ୍ରମ ଶତପଥି, ତ୍ରୌଲୋକ ପ୍ରଧାନ, ଆଡ଼ଭୋକେଟ ବଦ୍ରି ନାରାୟଣ ମହାପାତ୍ର, ପ୍ରଦ୍ୟୁମ୍ନ କର, ରବିନ୍ଦ୍ର ଖିଲାର, ରବିନ୍ଦ୍ର ସ୍ୱାଇଁ, ତପନ ଦାସ ପ୍ରମୁଖ ଯୋଗ ଦେଇ କହିଲେ ଯେ, ସ୍ୱର୍ଗତ କାଳନ୍ଦି ବେହେରା ଜଣେ ଞାନୀଗୁଣି ବ୍ୟକ୍ତି ଥିଲେ । ବିଜୁବାବୁଙ୍କ ସମୟରେ ସେ ଅଧ୍ୟାପକ କାର୍ଯ୍ୟ ଛାଡି ବିଜୁ ପଟ୍ଟନାୟକଙ୍କ ମିଶି ଦଳ ପାଇଁ କାର୍ଯ୍ୟ କରିଥିଲେ ।

ସେ ପାଞ୍ଚଥର ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲା ବେଳେ ତିନି ଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ବହୁ ଉନ୍ନତି ମୂଳ କାର୍ଯ୍ୟ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଠିକ ସେହିପରି ୫୯ ନମ୍ବର ୱ।ର୍ଡ଼ ର ଫୁଲନଖରା ଛକଠାରେ ପୂର୍ବତନ କର୍ପୋରେଟର ସୁକାନ୍ତ ଭୋଇ ଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଡ଼ଭୋକେଟ ବଦ୍ରିନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଳନ୍ଦି ବେହେରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା କୁ ଯୁବକ ମାନଙ୍କୁ ଆହ୍ୱାନ କରିଥିଲେ ।

ସାଗର ଜେନା, ସନ୍ତୋଷ ମହାନ୍ତି, ଅଶୋକ କୁମାର ସାହୁ, ଧିରେନ୍ଦ୍ର ରାଉତରାୟ, ଦିନେଶ କୁମାର ଜେନା, ଯୋଗେନ୍ଦ୍ର ନାଥ ଜେନା, ରଶ୍ମି ରଞ୍ଜନ ମିଶ୍ର, ଅଜୟ କୁମାର ଜେନା, ପ୍ରମୁଖ ବହୁ ବିଜେଡି କର୍ମୀ ଯୋଗ ଦେଇ କାଳନ୍ଦି ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ) 

Exit mobile version