ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିଜେପି ସଦସ୍ୟ : ଧାନ ମଣ୍ଡି ଅବ୍ୟବସ୍ଥା ନେଇ – କାଲି ଯାଏଁ ଗୃହକୁ ମୁଲତବି ରଖିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର) ଭୁବନେଶ୍ୱର/ବିଧାନସଭା ରିପୋର୍ଟ /ଅଭିମନ୍ୟୁ ମହାରଣା :- ବିଧାନସଭା, ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ ହୋଇଛି । ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିଜେପି ସଦସ୍ୟ । ରାଜ୍ୟପାଳ ଗଣେଶୀ ଲାଲଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ବେଳେ ପ୍ରତିବାଦ ହୋଇଥିଲା ।

 

ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀ ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । ହଟ୍ଟଗୋଳ ଯୋଗୁଁ କାଲି ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Exit mobile version