ଜୁଆ ଅଡ୍ଡା ଉପରେ ଚଢ଼ାଉ , ୯ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୭ ଫେବୃଆରୀ ,ବୁଧବାର ) ହିଞ୍ଜିଳିକାଟୁ  :- ହିଂଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଦୁଇ ଦିନ ଧରି ମା ଠାକୁରାଣୀଙ୍କ ଯାତ୍ରା ଆୟୋଜିତ ହୋଇଛି । ଗାଁର ଏହି ପାରମ୍ପରିକ ଯାତ୍ରାକୁ ଜାକ ଯମକରେ ପାଳନ କରାଯାଉଥିବା ବେଳେ ଜନଗହଳିର ସୁଯୋଗ ନେଇ ଜୁଆ ଆଡ୍ଡା ମୁଣ୍ଡ ଟେକିଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିୟୋଜିତ ହିଂଜିଳି ପୋଲିସ ଏକ ଜୁଆ ଆଡ୍ଡା ଉପରେ ଅତକୀର୍ତ ଚଢ଼ାଉ କରିଛି ।

ପୋଲିସ ସେଠାରୁ ୯ ଜୁଆଡିଙ୍କୁ କାବୁ କରିବା ସହ ନଗଦ ୭ ହଜାର ସାତଶହ ଷାଠିଏ ଟଙ୍କା, ୬ ମୋବାଇଲ ସେଟ ଓ ତାସ ଜବତ କରିଛି । ଏ ନେଇ ହିଂଜିଳି ଥାନା କେଶ ନଂ ୬୨/ ୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ  ଗିରଫ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । (ରିପୋର୍ଟ – ଶୁସାନ୍ତ ପ୍ରଧାନ )

Exit mobile version