ଇନ୍ଦିରା ଆଇଭିଏଫ୍ ପକ୍ଷରୁ ୭୫,୦୦୦ ସଫଳ ଆଇଭିଏଫ୍ ଗର୍ଭଧାରଣ ମାଇଲଖୁଂଟ ହାସଲ

ଓଡ଼ିଶା ତାଜା ନ୍ୟୁଜ (୧୭ ଫେବୃଆରୀ ,ବୁଧବାର ) ଭୁବନେଶ୍ୱର :-  ଭାରତର ଅଗ୍ରଣୀ ଇନଫର୍ଟିଲିଟି କ୍ଲିନିକ୍ ଇନ୍ଦିରା ଆଇଭିଏଫ୍ ପକ୍ଷରୁ ମେଡିକାଲ୍ ବିଶେଷତା ଏବଂ ପ୍ରଯୁକ୍ତି ଜରିଆରେ ୭୫ , ୦୦୦ ସଫଳ ଆଇଭିଏଫ୍ ଗର୍ଭଧାରଣ ହାସଲ କରାଯାଇଛି । ଏକ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା ସ୍ୱାସ୍ଥ୍ୟସେବା ସଂସ୍ଥା ଭାବେ ଇନ୍ଦିରା ଆଇଭିଏଫ୍‌ ଇନଫର୍ଟିଲିଟି (ନିଃସନ୍ତାନ) ଚିକିତ୍ସାକୁ ଦେଶର ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଂଚାଇପାରିଛି । ସାରା ଦେଶରେ ଏହାର ଥିବା ୯୪ କେନ୍ଦ୍ର ଏବଂ ୨୦୧୧ ପରେ ଆରମ୍ଭ ହେବା ଦିନଠାରୁ ଏହା ଏକ ଲକ୍ଷରୁ ଅଧିକ ଚକ୍ର ପ୍ରଦର୍ଶନ କରିବା ସହ ଇନ୍ଦିରା ଆଇଭିଏଫ୍ ହେଉଛି ଆଜିର ଦିନରେ ଦେଶର ସବୁଠୁ ବିଶ୍ୱାସଯୋଗ୍ୟ ଫର୍ଟିଲିଟି ହସ୍ପିଟାଲ୍ ଶୃଙ୍ଖଳା । ଏହି ଅବସରରେ ଡକ୍ଟର ଅଜୟ ମୁର୍ଡିଆ, ପ୍ରତିଷ୍ଠାତା ଓ ଅଧ୍ୟକ୍ଷ, ଇନ୍ଦିରା ଆଇଭିଏଫ୍ କହିଛନ୍ତି ଯେ, “ଆମେ ଯେଉଁ ପରିବାର ଉପରେ ଆମ କାର୍ଯ୍ୟ ଜରିଆରେ ପ୍ରଭାବ ପକାଇ ପାରିଛୁ ସେବିଷୟରେ ଚିନ୍ତା କରିବା ବେଳେ ବହୁତ ଆନନ୍ଦ ଅନୁଭବ ହେଉଛି । ସମାଜରେ ନିଃସନ୍ତାନକୁ ଯେଭଳି ଦେଖାଯାଉଥିଲା ତାହାକୁ ଆମେ ବଦଳାଇଛୁ ଏବଂ ଆଜି ଆମେ ଗର୍ବର ସହିତ ପରିବର୍ତନ ଆଣିପାରିଛୁ କାରଣ ଅଧିକାଂଶ ଲୋକ ଏବେ ଏହି ସମସ୍ୟାର ସମାଧାନ ପାଇଁ ମେଡିକାଲ୍ ବିଜ୍ଞାନ ମୁହାଁ ହୋଇଛନ୍ତି ।’’

ଡକ୍ଟର ଖିତିଜ ମୁର୍ଡିଆ, ସହ ପ୍ରତିଷ୍ଠାତା ଓ ସିଇଓ, ଇନ୍ଦିରା ଆଇଭିଏଫ୍ କହିଛନ୍ତି ଯେ, “ଏହି ସବୁ ସଫଳ କାହାଣୀ ଗୁଡ଼ିକ ହେଉଛି ସଫଳ କ୍ଲିନିକାଲ୍ ଫଳାଫଳ ଉପରେ ଆମେ ସାମଗ୍ରିକ ଭାବେ ଦେଇଥିବା ଗୁରୁତ୍ୱର ଫଳ । ଆମେ ଏହା ନିଶ୍ଚିତ କରିଛୁ ଯେ ଏହି ଲକ୍ଷ୍ୟ ହାସଲ କରିବାରେ ଆମ ପ୍ରଯୁକ୍ତି ବିଶ୍ୱସ୍ତରୀୟ ପ୍ରମାଣିତ ହୋଇଛି । ସଦ୍ୟତମ ସ୍ୱାସ୍ଥ୍ୟସେବା ପ୍ରଯୁକ୍ତି ସିାମିଲ କରିବା ସହିତ ଆମେ ସ୍ୱଳ୍ପ ସମୟ ଭିତରେ ଆମର ସଂସ୍ଥାର ବିଶେଷତାରେ ପରିବର୍ତନ ଆଣିଛୁ । ଆମର ପ୍ରଗତି ଏବଂ ଅଭିଳାଷକୁ ହାସଲ କରିବା ଲାଗି ଗତବର୍ଷ ଆମେ ଏକ ସୁଦୃଢ଼ ଟିମ୍ ଗଠନ କିଥିଲୁ । ଇନ୍ଦିରା ଆଇଭିଏଫ୍‌ର ବିଭିନ୍ନ କାର୍ଯ୍ୟରେ ଆମେ ବିଶେଷଜ୍ଞ ସାମିଲ କରିବା ଉପରେ ଗୁରୁତ୍ୱ ଦେଉଛୁ ।’’ ନିତିଜ ମୁର୍ଡିଆ, ସହ ପ୍ରତିଷ୍ଠାତା ଓ ନିର୍ଦେଶକ, ଇନ୍ଦିରା ଆଇଭିଏଫ୍ କହିଛନ୍ତି ଯେ, “ବିଗତ କିଛି ବର୍ଷ ଭିତରେ ଆଇଭିଏଫ୍‌ ଚିକିତ୍ସା ସଫଳତା ହାର ବହୁ ଗୁଣା ବୃଦ୍ଧି ପାଇଥିବା ବେଳେ ଅନେକ ଦମ୍ପତି ପ୍ରଥମ ସନ୍ଦାନ ଗର୍ଭଧାରଣ ହାସଲ କରିଛନ୍ତି । ନିଃସନ୍ତାନ ଓ ଆଇଭିଏଫ୍ ଚିକିତ୍ସାକୁ ନେଇ ରହିଥିବା ମାନସିକ ଚାପ ଓ ମିଥ୍ୟା ପ୍ରଚାରକୁ ଆମେ ହ୍ରାସ କରିବା ଦିଗରେ ପ୍ରଭାବ ପକାଇପାରିଥିବାରୁ ଗର୍ବିତ ମନେ କରୁଛୁ । ଦେଶର ଦୂରଦୂରାନ୍ତ ସ୍ଥାନରେ ଆମେ ଆମ କାର୍ଯ୍ୟ ଜରିଆରେ ପ୍ରଭାବ ବିସ୍ତାର କରିପାରିବୁ ।’’

Exit mobile version