କରୋନା କଟକଣାକ୍ରମେ କୋରାଇର ପୁରପଲ୍ଲୀରେ ସରସ୍ୱତୀ ପୂଜା ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) କୋରାଇର :- ସରକାରଙ୍କ କେରାନା ଅନୟମାନୁଯାୟୀ ଆଜି ପବିତ୍ର ଶ୍ରୀପଂଚମୀ ଅବସରରେ କୋରାଇର ପୁରପଲ୍ଲୀ ଓ ତାର ଆଖପାଖ ଅଂଚଳରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କ ପୂଜା ପାଳିତ ହୋଇଛି । ଶିକ୍ଷବିଭାଗର ଛୁଟି ଘୋଷଣା ହୋଇଥିଲେହେଁ କେତେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଓପଚାରିକଭାବେ ପୂଜାକରାଯାଇଥିବା ଦେଖାଯାଇଥିଲା ।

ପିଲାଙ୍କ ଅନୁପସ୍ଥିତ ଯୋଗୁ ବିଦାଳୟଳର ପୂଜା ଫିକାପଡିଯାଇଥିଲା କର୍ମଚାରୀ ଓ ଶିକ୍ଷକ ଦ୍ୱାରା ପୂଜା ହୋଇଥିଲା ବେଳେ କେତେକ ସ୍ଥାନରେ ହଷ୍ଟେଳ ପିଲାଙ୍କ ଦ୍ୱାରା ପୂଜା କରାଯାଇଥିଲା । ଏହି କ୍ରମରେ ତାଳଗଡ଼ିଆ ହିଙ୍ଗୁଳା ଏମଇ ସ୍କୁଲ ଓ ଆବାସିକ ସେବାଶ୍ରମ, ଶଙ୍ଖଚିଲାର ହିଙ୍ଗୁଳା ମହାବିଦ୍ୟାଳୟ,ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁମନ୍ଦିର, କୋରାଇ କଲେଜ, କୋରାଇ ହାଇସ୍କୁଲ, ବେଗନା ସ୍ଥିତ ‘କୋରାଇ ଆଦର୍ଶ ବିଦ୍ୟାଳୟ’,

ପାଟୁଳୀ ଏସବିଡି, ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟଏବଂ କୋଗାଁ ସରସ୍ୱତୀ ପୂଜାକମିଟ ଆଦି ବିଭିନ୍ନ କ୍ଲବରେ ପ୍ରମୁଖ ହାଇସ୍କୁଲ ଓ କଲେଜ ଆଦି ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, କେତେକ ବ୍ୟବସାୟ ପ୍ରତିଷ୍ଠାନ ସମେତ ଶଙ୍ଖଚିଲା ବଜାରରେ, ଜହ୍ନା, ମୂଳୁସରଗଡା, କୟାଁ, ତାଳଗଡିଆ ବ୍ଲକ ଆଦିରେ ସରସ୍ୱତୀ ପୂଜା ଯଥାବିଧି ପାଳିତ ହୋଇଥିଲା । ପବିତ୍ର ଶ୍ରୀପଂଚମୀ ଅବସରରେ ଛୋଟପିଲାଙ୍କର ବିଦ୍ୟାରମ୍ଭ ନମନ୍ତେ ଖଡିଛୁଆଁ, କାନଫୋଡା ହୋଇଥିଲା ।  (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version