ଅକ୍ଷୟ ଜେନା ହେଲେ କୋରାଇ ବ୍ଲକ କଂଗ୍ରେସ ସଭାପତି : କର୍ମୀ ମହଲରୁ ଶୁଭେଚ୍ଛା

ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) କୋରାଇ :- କୋରାଇ ବ୍ଲକ କଂଗ୍ରେ କମିଟିର ନୂତନ ସଭାପତି ଭାବେ ବରିଷ୍ଠ ନେତା ଅକ୍ଷୟକୁମାର ଜେନାଙ୍କୁ ଚୟନ କରାଯାଇଛି । ପ୍ରଦେଶ କଂଗ୍ରସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ଏହି ନିଯୁକ୍ତି ଦେଇଛନ୍ତି । ଶ୍ରୀ ଜେନା ଜିଲାର ସାଧାରଣ ସଂପାଦକ ଭାବେ ରହିବା ସହ କୋରାଇ ବ୍ଲକରେ ଜାରି ରହିଥିବା କଂଗ୍ରେସର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଜଣେ ଦକ୍ଷ କର୍ମକର୍ତା ଭାବେ କାର୍ଯ୍ୟ କରିଆସୁଛନ୍ତି । ଆଗକୁ ଆସୁଛି ପଂଚାୟତ ନିର୍ବାଚନ ; ତାଙ୍କ ନେତୃତ୍ୱରେ ଦଳ କୋରାଇ ବ୍ଲକରେ ସଫଳତାର ସହ ନିର୍ବାଚନ ଲଢିପାରିବ ବୋଲି ପ୍ରେଦଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି । ଶ୍ରୀ ଜେନାଙ୍କ ନିଯୁକ୍ତରେ କୋରାଇ କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ନିଯୁକ୍ତି ପରେ ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ତଥା କୋରାଇ ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ôଥନୀ ବନ୍ଦିତା ପରିଡା ଶ୍ରୀ ଜେନାଙ୍କୁ ପୁଷ୍ପଗୁଛେଦେଇ ଶୁଭେଚ୍ଛା ଜଣାଇଥିଲା ବେଳେ କୋରାଇ ବ୍ଲକ କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତା ଓ କର୍ମାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ନିଯୁକ୍ତି ନେଇ ଶ୍ରୀ ଜେନା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସମେତ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ, ଆଇଏନଟିୟୁସି ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ, ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ପରିଡା, ଜିଲା ଆଇଏନଟିୟୁସି ସଭାପତି ବିଦ୍ୟାଧର ମହାନ୍ତି, ଜିଲା କଂଗ୍ରେସ ସଭାପତି ଶ୍ରୀ ରାଉତଙ୍କ ସମେତ ସମସ୍ତ ବରିଷ୍ଠ କର୍ମକର୍ତାଙ୍କୁ ଧନ୍ୟବାଦ ପୂର୍ବକ କୃତଜ୍ଞତା ଜଣାଇଛନ୍ତି । ବନ୍ଦିତା ପରିଡା ଶ୍ରୀ ଜେନାଙ୍କୁ ପୁଷ୍ପଗୁଛେଦେଇ ଶୁଭେଚ୍ଛା ଜଣାଇଥିଲା ବେଳେ କୋରାଇ ବ୍ଲକ କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତା ଓ କର୍ମାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ନିଯୁକ୍ତି ନେଇ ଶ୍ରୀ ଜେନା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସମେତ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ, ଆଇଏନଟିୟୁସି ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ, ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ପରିଡା, ଜିଲା ଆଇଏନଟିୟୁସି ସଭାପତି ବିଦ୍ୟାଧର ମହାନ୍ତି, ଜିଲା କଂଗ୍ରେସ ସଭାପତି ଶ୍ରୀ ରାଉତଙ୍କ ସମେତ ସମସ୍ତ ବରିଷ୍ଠ କର୍ମକର୍ତାଙ୍କୁ ଧନ୍ୟବାଦ ପୂର୍ବକ କୃତଜ୍ଞତା ଜଣାଇଛନ୍ତି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

Exit mobile version