Home ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କର୍ମୀମାନେ କଟକ ଓ ଭିତରକନିକା ଜାତୀୟ ରାଜପଥ କୁ ଅବରୋଧ କରି ଧାରଣାରେ ବସିଥିଲେ by Proprietor Abhimanyu Maharana 5 years ago kandarapada Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର )କେନ୍ଦ୍ରାପଡ଼ା ଜିଲ୍ଲା :- କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଆଜି ରାଜ୍ୟ କଂଗ୍ରେସ ଦଳ ର ପୂର୍ଵ ନିର୍ଦ୍ଧାରିତ ନିଷ୍ପତି ଅନୁଯାଇ ଆଜି ସକାଳ 8ଘଟିକା ଠାରୁ ଦିନ 12ଘଟିକା ସମୟ ପର୍ଯ୍ୟନ୍ତ ରାଜନଗର ବାଇପାସମହାବୀର ବଜ଼ାର ପୋଲମୁଖ୍ୟ ଫାଟକ କୁ ସମ୍ପୂର୍ଣ ଭାବେ ବନ୍ଦ କରି ବ୍ଲକ କଂଗ୍ରେସ ଦଳର ଦଳୀୟ ନେତା ଓ କର୍ମୀମାନେ କଟକ ଓ ଭିତରକନିକା ଜାତୀୟ ରାଜପଥ କୁ ଅବରୋଧ କରି ଧାରଣାରେ ବସିଥିଲେ, ତେବେ ସକାଳ ସମୟରେ ଆଗ ଦିନ ସ୍ୱରସ୍ୱତୀ ପୂଜା ଥିବାଏବଂ ଗତକାଲି ବିବାହ ଦିନ ଥିବା ଅନେକ ବର ଓ କନ୍ୟା ସହିତ ବରଯାତ୍ରୀ ସାଙ୍ଗକୁ ମ୍ୟୁଜିକ, ଗାଡି, ବଡ଼ ଧରଣର ବାଲି ବୋଝେଇ ଟ୍ରକ, ପରିବା ବେପାରୀ, ସ୍କୁଲ, କଲେଜ, ଛାତ୍ର ଓ ଛାତ୍ରୀ, ପଥଚାରି, ଭିତରକନିକା ଅଭ୍ୟାରଣ୍ୟ ଦେଖବାକୁ ଆସିଥିବା ପର୍ଯ୍ୟଟନ ମାନେ ନାହଁ ନଥିବାର ଅସୁବିଧାର ସମୁଖୀନ ହେବା ସହିତ ରାଜନଗର ମୁଖ୍ୟାଂଶ ବନ୍ଦ ରହିବା ସହିତ, ତ୍ରିନାଥ ବଜ଼ାର, ସାନବଡ଼ଗୋପାଳପୁର ବଜାର, ବାଇପାସ ବଜାର, ଜଗନ୍ନାଥ ବଜାର ଗୁଡିକୁ ଦୀର୍ଘ ସମୟ ବନ୍ଦ ରହିବା ଭଳି ନଜିର ଆଖି ସାମ୍ନାକୁ ଦେଖିବାକୁ ମିଳିଥିଲା, ଅନ୍ୟ ପଟେ ରାଜନଗର ବ୍ଲକ କଂଗ୍ରେସ ଦଳର ନୂତନ ଭାବେ ବ୍ଲକ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନା, 30ଜୋନ ସଭାପତି ଶ୍ରୀ ଅଶୋକ କୁମାର ବଳ, 31ଜୋନ ସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି, ରାଜନଗର ପଂଚାୟତ ସମିତି ମେମ୍ବର ସତ୍ୟବାନ ସେଠୀ, ବ୍ଲକ କଂଗ୍ରେସ ଯୁବ ନେତା ଶ୍ରୀ ପ୍ରମୋଦ କୁମାର ପ୍ରଧାନ, ବୁଦ୍ଧଦେବ ସେଠୀ, ଶିବନୁ ରାଉତ, ସୁନୀଲ ରାଉଳ, ନୀଳମଣି ପ୍ରଧାନ, ଅଲେଖ ବେହେରା, ଅନନ୍ତ ପ୍ରସାଦ ସେଠୀ, ବାବାଜୀ ଚରଣ ଜେନା, ବଳରାମ ସେଠୀ, ବନମାଳୀ ସ୍ୱାଇଁ ପ୍ରମୁଖ ରହି ଓଡିଶା ବନ୍ଦକୁ ସଫଳ ରୂପାୟନ କରିବା ପାଇଁ ଆପ୍ରଣେ ଚେଷ୍ଟା କରିଛନ୍ତି, ଅନ୍ୟ ପଟେ ଦେଖିବାକୁ ଗଲେ ଖୋଦ ରାଜନଗର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅଂଶୁମାନ ମହାନ୍ତି, ନିଜ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ବାଇପାସ ଷ୍ଟେଟ ବ୍ୟାଙ୍କ ଛକ ଠାରେ ଦଳୀୟ କର୍ମକର୍ତ୍ତା ମାନଙ୍କ ନେଇ ଆଜିର ଓଡିଶା ବନ୍ଦ ଡକାରକୁ ଏକ ପ୍ରକାର ସଫଳତାର ରୂପ ନେଇ ପାରିଛି, ଅନ୍ୟ ପଟେ କହିବାକୁ ଗଲେ କେନ୍ଦ୍ରସରକାର ଙ୍କ ଯେଉଁ ଅହେତୁକ ଡିଜେଲ ଓ ପ୍ରେଟ୍ରୋଲ ଦରଦାମ ଦିନକୁ ଦିନ ମନଇଛା ହିସାବରେ ବଢ଼େଇବା ରେ ଲାଗିଛନ୍ତି, ତାକୁ ବିରୋଧ କରିବା ପାଇଁ ଆଜି କଂଗ୍ରେସ ଦଳ ରାଜରାସ୍ତା କୁ ବାଧ୍ୟ୍ୟ ହୋଇଛି, ବେଳେ ଆସିଛି ଜଣେ ଗରିବ ଲୋକଟି ଯଦି ମେଡିକାଲ ଯାଉଛି, ତେବେ ତାକୁ ତ ଆମ୍ବୁଲାନ୍ସ ଜରିଆରେ ଯିବାକୁ ପଡିବ, ସେ ତାର ଉଚିତ ଭଡା ଦେଇ ପାରିବ, କି ରାଜ୍ୟରେ ଦିନକୁ ଦିନ ଘଟୁ ଥିବା ଅତ୍ୟାଚାର, ଅନ୍ୟାୟ, ବେବିଚାର, ଶିଶୁ ଅଙ୍ଗତସ୍କରୀ ଭଳି ଆହୁରି ଅନେକ ଜଟିଳ ଏବଂ ଜଘନ୍ୟ ଅପରାଧିକ ସମ୍ପୃକ୍ତି ଏହିପରି ଘଟଣା ପାଇଁ ଦାୟୀ କିଏ ବୋଲି କେନ୍ଦ୍ରାପଡ଼ା କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଅଂଶୁମାନ ମହାନ୍ତି, ବ୍ଲକ ସଭାପତି ଅମୁଲ୍ୟ ପ୍ରଧାନ, ପ୍ରଦୀପ ପ୍ରଧାନ, ଯୁବ ନେତା ସମୀର ରଞ୍ଜନ ଜେନା, କେନ୍ଦ୍ରାପଡ଼ା ଜିଲ୍ଲାର ଅନୁସୂଚିତ ଜାତି ଅଧକ୍ଷ୍ୟ ଶ୍ରୀ ସର୍ବେଶ୍ୱର ସେଠୀ, ସରପଞ୍ଚ ମିନତୀ ପାତ୍ର ପ୍ରମୁଖ ଓଡିଶା ବନ୍ଦକୁ ମୁଖ୍ୟ ଭାବେ ଯୋଗଦାନକାରୀବା ସହିତ ଉପସ୍ଥିତ ରହି ପରିଚାଳନା କରିଥିଲେ, (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ) Categories: ଓଡ଼ିଶା, କେନ୍ଦ୍ରାପଡା, ରାଜନୀତି, ହୋମ୍ Related Content ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି by Proprietor Abhimanyu Maharana August 1, 2026 Vedanta Aluminium-Supported Young Archer Wins 3 Gold; Qualifies for CBSE Nationals by Proprietor Abhimanyu Maharana August 1, 2026 ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ'ରୁମ୍ ଉଦଘାଟିତ by Proprietor Abhimanyu Maharana August 1, 2026 ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ by Proprietor Abhimanyu Maharana August 1, 2026 ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା by Proprietor Abhimanyu Maharana August 1, 2026