କଜ୍ୱଳ ପୂରିତ ଲୋଚନାଧାରେ କଣ୍ଠ ତଣ୍ଠ ଶୋଭିତ ମୁକୁତା ର ହାରେ ବୀଣା ପୁସ୍ତକ ରଞ୍ଜିତ ହସ୍ତେ ଭଗବତୀ ଭାରତୀଦେବୀ ନମସ୍ତେ ଅଇଲେ ମା ସରସ୍ଵତୀ ନିର୍ମଳ ବର୍ନେ (ର୍ଣ୍ଣ) ରତ୍ନ ବିଭୂଷିତ କୁଣ୍ଡଳ କର୍ଣେ (ର୍ଣ୍ଣ) ଗଳାରେ ଗଜମତି ମୁକୁତା ର ହାର ଦିଅ ମା ସରସ୍ଵତୀ ବିଦ୍ୟା ଭଣ୍ଡାର
ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) ଭୁବନେଶ୍ୱର :- ଆଜି ସରସ୍ୱତୀ ପୂଜା, ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ । ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ । ଆଜିର ଦିନରେ ବିବାହ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଶୁଭକାର୍ୟ୍ୟ କରାଯାଇଥାଏ । ବିଦ୍ୟାଦାୟିନୀ ମା’ ସରସ୍ୱତୀ ଛାତ୍ରଛାତ୍ରୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାଆନ୍ତି । ଯେଉଁ ମାନଙ୍କର ପାଠ ପଢିବାରେ ସମସ୍ୟା ରହିଥାଏ, ଏହି ଦିନ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।
ମା’ସରସ୍ୱତୀଙ୍କ ପୂଜା : ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ ।
