ତୈଳ ଦର ବୃଦ୍ଧି ପ୍ରତିବାଦରେ ନର୍ଲା କଂଗ୍ରେସର ୬ଘଣ୍ଟା ବନ୍ଦ ପାଳନ

 ଓଡ଼ିଶା ତାଜା ନ୍ୟୁଜ (୧୫ ଫେବୃଆରୀ ସୋମବାର) କଳାହାଣ୍ଡି :- ପେଟ୍ରୋଲ, ଡିଜେଲ ସହ ଏଲପିଜି ଗ୍ୟାସ ଦର ଅହେତୁକ ଭାବରେ ବଢ଼ି ଚାଲିଛି। ଏଥିରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ ହୋଇଛି। ପ୍ରଦେଶ କମିଟିର ଆହ୍ୱାନ କ୍ରମେ ନର୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ଳକ ସଭାପତି ସମୀର ଚାନ୍ଦ( ବିଟୁ)ଙ୍କ ନେତୃତ୍ବରେ ନର୍ଲା ଠାରେ ବନ୍ଦ ପାଳନ ହୋଇଛି। ନର୍ଲା କଲେଜ ଛକଠାରେ ଦଳ ପକ୍ଷରୁ ସେବା ଦଳ ସଭାପତି ସୁଦାମ ଚରଣ ପ୍ରଧାନ,

ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, କ୍ଷେତ୍ର ମୋହନ ସାହାଣୀ, ପିଣ୍ଟୁ ନାଗ,ନିରୋଜ ଶର୍ମା,ଲାଲ ମୋହନ ଦାସ,ତନୁ ମାଝୀ, ହିମାଂଶୁ ବେହେରା, ସନ୍ତୋଷ ମାଝୀ,ଗୈ।ର ଭୋଇ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ବନ୍ଦ ପାଳନକୁ ସଫଳ କରିଥିଲେ। ଏଠାରେ ବନ୍ଦ ପାଳନକୁ ପୂର୍ଣ୍ଣ ଜନସମର୍ଥନ ମିଳିଥିବା ବେଳେ ସ୍କୁଲ, କଲେଜ, ଦୋକାନ, ବଜାର, ବ୍ଳକ, ସରକାରୀ ଅଫିସ, ଯାନବାହାନ ଆଦି ସକାଳ ୭ ଘଣ୍ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ତେବେ କିଛି ଜରୁରୀ ସେବାକୁ ଏଥିରୁ ବାଦ ଦିଆଯାଇଥିଲା। ମୋଟାମୋଟି ଭାବରେ ନର୍ଲା ଠାରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ ଶେଷ ହୋଇଥିଲା  (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version