ରାୟଗଡରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର )ରାୟଗଡ  :- ପେଟ୍ରୋଲ ଡିଜେଲ ଦର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଗଜପତି ରାୟଗଡ ରେ ବନ୍ଦ ପାଳନ କରାଯାଇଛି କେନ୍ଦ୍ରରେ ଥିବା ସରକାର ଦିନକୁ ଦିନ ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ ବୃଦ୍ଧି କରିବା ଦ୍ୱାରା ଜନ ସାଧାରଣଙ୍କୁ ଅସୁବିଧା ରେ ପକାଉଛି ଏନେଇ ଗରିବ ଖଟିଖିଆଙ୍କ ଠାରୁ ସାଧାରଣ ଲୋକଙ୍କୁ ଅସୁବିଧା ହୋଉଛି । ଏହାର ପ୍ରତିବାଦରେ ସୋମବାର ଦିନ ଓଡିଶା ବନ୍ଦ ଡାକରା ଦେଇଥିବା କଂଗ୍ରେସ ଦଳ ତରଫରୁ ରାୟଗଡ ଠାରେ ବନ୍ଦ ପାଳନ କରାଯାଇଅଛି । ରାୟଗଡ ଶିବ ମନ୍ଦିର ଠାରେ ରାସ୍ତା ରୋକ କରାଯାଇଥିଲା ।

କଂଗ୍ରେସ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମଙ୍ଗ ଙ୍କ ନିର୍ଦ୍ଦେଶରେ କ୍ରମେ, କଂଗ୍ରେସ ଦଳର ସ୍ଥାନୀୟ ସମିତି ସଭ୍ୟ ମାଫିଏଲ ସ୍ୱାଲସିଂ ଙ୍କ ନେତୃତ୍ୱରେ ଆଜିର ବନ୍ଦ ପାଳନ ହୋଇଥିବା ଦେଖିବାକୁ ମିଳିଥିଲା ଉକ୍ତ ବନ୍ଦ ପାଳନରେ କଂଗ୍ରେସ କର୍ମୀ ଜୀବିସିୟ ସ୍ଵଲସିଂ ,ସୁବି ଛିଞ୍ଚାଣି, ନିରଦ ମିଶଲ , ନିର୍ମଳ ମିଶାଲ ମୃତ୍ୟୁଜୟ ଲିମା ,ସିଫାନିୟ ପରିଛା ,ପ୍ରମୁଖ ଯୋଗଦେଇ ଗାଡ଼ି ମଟର ସମ୍ପୂର୍ଣ୍ଣ ବନ୍ଦକରିବାଥିବା ଯୋଗୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଫଳରେ ଯାତ୍ରୀ ମନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା l  ( ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି )

Exit mobile version