ଓଡ଼ଗାଁ ର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଫେବୃଆରୀ ସୋମବାର ) ଓଡ଼ଗାଁ :- ତୈଳଦର ବୃଦ୍ଧି ପ୍ରତିବାଦ ଓ ଅନ୍ୟ ପ୍ରସଙ୍ଗ କୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୭ରୁ ଆରମ୍ଭ ଦିନ ୧ ଯାଏ ବନ୍ଦ ଡାକରା ଦେଇଛି । ସକାଳୁ ସକାଳୁ ଓଡ଼ଗାଁ ରେ ବନ୍ଦ ର ପ୍ରଭାବ ଦେଖିବା ମିଳିଛି । ବନ୍ଦ କୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିଛି ଦଳ । ବନ୍ଦକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରିଛି କଂଗ୍ରେସ ।

ବନ୍ଦ ବେଳେ କୈାଣସି ଅଘଟଣ ନ ଘଟିବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବନ୍ଦ ପାଇଁ ସମସ୍ତ ସ୍କୁଲ , କଲେଜ , ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ବନ୍ଦ ସମୟରେ ହସ୍ପିଟାଲ , ଆମ୍ବୁଲାନ୍ସ , ବିବାହ ଗାଡ଼ି , ଦୁଗ୍ଧ ଗାଡି , ଦମକଳ ସହ ଜରୁରୀକାଳୀନ ସେବା ଜାରି ରହିଛି । ଯାତ୍ରୀବାହୀ ବସ , ଅଟୋ ସହ ଟ୍ରକ , ଟ୍ରାକ୍ଟର , ବାଇକ୍ ଚଳାଚଳ ବନ୍ଦ ରହିଛି । ଏଥିସହ ଓଡ଼ଗାଁ ର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version