ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିବାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ରଣପୁର :- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିବାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରାଙ୍କ ତତ୍ଵାବଧାନରେ ଓ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l

ଏଥିରେ କେବଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କିପରି ଭଲରେ ପାଠ ପଢିବେ, କିପରି ସେମାନଙ୍କ ପାଠ ପଢାରେ ଉନ୍ନତି ହୋଇ ପାରିବ, ସେମାନେ କିପରି ପରୀକ୍ଷାରେ ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇ ପାରିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l

ଏହି ବୈଠକରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ମାଧବ ଚନ୍ଦ୍ର ପ୍ରଧାନ, ଶିକ୍ଷକ କବିଚନ୍ଦ୍ର ବରାଡ଼, ବାମନ ସାହୁ, ପ୍ରତିମା ଦେବୀ, ତିଲୋତ୍ତମା ପୃଷ୍ଟି, ଏଲିନା ମିଶ୍ର, ଶତ୍ରୁଘନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର କିପରି ଉନ୍ନତି ହୋଇ ପାରିବ, ଶତପ୍ରତି ଶତ ଉପସ୍ଥାନ ରହି ପାରିବ ସେ ସମ୍ବନ୍ଧରେ ଅଭିଭାବକମାନଙ୍କ ସହିତ ଆଲୋଚନା କରିଥିଲେ l ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା “ପରୀକ୍ଷା ଦର୍ପଣ” ପୁସ୍ତକକୁ ସମସ୍ତ ଛାତ୍ରଛାତ୍ରୀ ଘରେ ପଢିବା ପାଇଁ ଅଭିବାବକମାନଙ୍କୁ ବୁଝା ଯାଇଥିଲା l ଏହି ବୈଠକରେ ପ୍ରାୟ 70 ଜଣ ଅଭିଭାବକ ଯୋଗ ଦେଇ ଥିଲେ l (ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)

Exit mobile version