କେନ୍ଦୁଝର ଏବଂ ବଲାଙ୍ଗୀର ସାଗଠନିକ ଜିଲ୍ଲା ; ଯୁବ କଂଗ୍ରେସର ଦାୟିତ୍ବ ନେଲେ ଯୁବ ନେତା ଅଭିଳାଷ ମାଣିଆ

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ଭୁବନେଶ୍ୱର :-  ଓଡିଶା ପ୍ରଦେଶରେ ଯୁବ କଂଗ୍ରେସ ସଂଗଠନକୁ ସୁଦୃଢ ଓ ସଶକ୍ତ କରିବା ପାଇ ଅଣ୍ଟା ଭିଡିଛନ୍ତି ଦଳର ତୁଙ୍ଗ ନେତା ଗଣ ସେଥିପାଇ ରାଜ୍ଯର ବିଭିନ୍ନ ଜିଲ୍ଲାର ଦାୟିତ୍ବ ନେଇ କାର୍ଯ୍ଯ କରିବା ପାଇ ଅଣ୍ଟା ଭିଡିଛନ୍ତି ଦଳର ଦକ୍ଷ ଯୁବ ନେତୃତ୍ବ ସେହି ପରିପ୍ରେକ୍ଷିରେ ରାଜ୍ଯର ଜଣାଶୁଣା ଦକ୍ଷ ଯୁବ ନେତା ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ରାଜ୍ଯ ଉପ-ସଭାପତି ଶ୍ରୀଯୁକ୍ତ ଅଭିଳାଷ ମାଣିଆ ମହୋଦୟ କେନ୍ଦୁଝର ଓ ବଲାଙ୍ଗୀର ସାଗଠନିକ ଜିଲ୍ଲାର ଦାୟିତ୍ବ ନେଇଛନ୍ତି । 

ଶ୍ରୀଯୁକ୍ତ ଅଭିଳାଷ ମାଣିଆ ଛାତ୍ର ଜୀବନରୁ କଂଗ୍ରେସ ଦଳର ରାଜ୍ଯ ସଂଗଠନ ସୃଦ୍ଧୃଢ କରିବା ପାଇ କାର୍ଯ୍ଯ କରିବା ସହ ବିଭିନ୍ନ ସମୟରେ ସଂଗଠନର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ବିଭିନ୍ନ ପ୍ରକାର କାର୍ଯ୍ୟାକ୍ରମ ମାଧ୍ୟମରେ ଦଳକୁ ସଂଗଠିତ କରି ଆସୁଛନ୍ତି ଏବଂ ରାଜ୍ଯ ଯୁବ କଂଗ୍ରେସର ଏହି ନୁତନ ଗୁରୁଦାୟିତ୍ବ ନେଇ ଏକ ସୁଦୃଢ ସଶକ୍ତ ସଂଗଠନ ଗଢି ତୋଳିବ ପାଇଁ ସମସ୍ତ ନେତୃବୃନ୍ଦଙ୍କ ଭଲପାଇବା କାମନା କରିବା ସହ କେନ୍ଦୁଝର ଓ ବଲାଙ୍ଗୀର ଜିଲ୍ଲାର ଯୁବ କଂଗ୍ରେସ ସଂଗଠନକୁ ତୃଣମୁଳ ସ୍ତରରେ ସଂଗଠିତ କରି କ୍ରିୟାଶୀଳ କରିବା ପାଇ କାର୍ଯ୍ୟାକ୍ରମ କରିବେ ବୋଲି ଜଣାଇଛନ୍ତି । 

Exit mobile version