ଦୃଷ୍ଟିହୀନ ମାନଙ୍କ ଅନ୍ତ ରାଷ୍ଟ୍ରୀୟ ଶିକ୍ଷା ପରିଷଦ ( ICEVI ) ର ଦୁଇ ଦିବସୀୟ ପୂର୍ବ ଭାରତୀୟ ସମ୍ମିଳନୀ ଉଦଘାଟିତ 

ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ନୟାଗଡ :- ICEVI ର ପୂର୍ବ ଭାରତୀୟ ସମ୍ମିଳନୀ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ କର କମଳରେ vertual zoom platform ମାଧ୍ୟମରେ ଉଦଘାଟିତ ହୋଇଅଛି । ଏହି ସମ୍ମିଳନୀ କୁ ମିଳିତ ଭାବେ ପଶ୍ଚିମ ଏସିଆ ICEVI Blind people association of Ahamedabad ,India,SEVA,Nayagarh ଓ VIEWS ଭୁବନେଶ୍ୱର ମିଳିତ ଭାବେ ଆୟୋଜିତ କରିଅଛନ୍ତି। ଉଦଘାଟନୀ ସମାରୋହ ଆରମ୍ଭରେ ଆକାଶବାଣୀ ଜୟପୁର ର ସ୍ଵୀକୃତିପ୍ରାପ୍ତ କଣ୍ଠ ଶିଳ୍ପୀ ସୁଶ୍ରୀ ମେଘମାଳା ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏବଂ ପଶ୍ଚିମ ଏସିଆ ICEVI ର ସଭାପତି ଡ଼ଃ. ଭୂଷଣ ପୁନାନି ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ସମ୍ମିଳନୀ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଉକ୍ତ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଦୃଷ୍ଟିହୀନ ମାନଙ୍କ ଅନ୍ତ ରାଷ୍ଟ୍ରୀୟ ଶିକ୍ଷା ପରିଷଦ ର ଅନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ. ଫ୍ରାନ୍ ସିସ୍ ଜେନ୍ତେଲ୍, ଏହି ପରିଷଦ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼ଃ. ଏମ୍. ଏନ୍. ଜି. ମନି, ଛତିଶଗଡ଼ ରାଜ୍ୟ ସମାଜ କଲ୍ୟାଣ ବିଭାଗର ଉପ ଶାସନ ସଚିବ ରାଜେଶ ତିୱାରୀ, କୋଷାଧ୍ୟକ୍ଷ ଶ୍ରୀମତୀ ନନ୍ଦିନୀ ରାୱଲ୍, ଭାରତ ପୁନର୍ବାସ ପରିଷଦ ର ସଚିବ ଡଃ. ସୁବୋଧ କୁମାର, Blind people association Ahmedabad ର ସହକାରୀ ନିର୍ଦେଶକ ଭରତ ଯୋଶୀ ଓ ଧର୍ମେନ୍ଦ୍ର ଜେନା ଏବଂ ଓଡ଼ିଶା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ରାଜ୍ୟ ମୁଖ୍ୟାଳୟ ର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ନ୍ୟାସୀ କୁମାର ବେହେରା ଅଂଶ ଗ୍ରହଣ କରିଥିଲେ ।

ଭିନ୍ନକ୍ଷମ ମାନଙ୍କୁ ଧନ୍ଦାମୂଳକ ତାଲିମ ତଥା ନିଯୁକ୍ତି ସଂକ୍ରାନ୍ତୀୟ ବୈଷୟିକ ଆଲୋଚନା ପର୍ଯ୍ୟାୟରେ ସେବା ନୟାଗଡ଼ ର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ସଭାପତିତ୍ବ କରିଥିଲେ। ଓଡ଼ିଶାର ସମ୍ବଳ ବିଶେଷଜ୍ଞ ମାନଙ୍କ ମଧ୍ୟରେ ପ୍ରଫେସର୍. ଇ ମ୍ରା ନ ଅଲ୍ଲୀ, ଡ଼ଃ. ମଞ୍ଜୁଲତା ପଣ୍ଡା ସମଗ୍ର ଶିକ୍ଷା ଅଭିଯାନର ରାଜ୍ୟ ଅନ୍ତନିବାସି ଶିକ୍ଷା ସଂଯୋଜକ ଶ୍ରୀ ଅଶୋକ କୁମାର ମହାପାତ୍ର, ନାଇଜର ର ଡ଼ଃ. ସରିତା ବେହେରା ଏବଂ ସାଇଜର ର ଅଧ୍ୟାପକ ଡ଼ଃ. ପ୍ରେମାନନ୍ଦ ମିଶ୍ର, ସାଇଟ୍ ସେଭରସ୍ ଇଣ୍ଡିଆ ର ସଂଯୋଜିକା ଶ୍ରୀମତୀ ଲୋକପ୍ରିୟ କାନୁନଗୋ ଯୋଗ ଦେଇଥିଲେ ।

ଆସନ୍ତା କାଲି ସନ୍ଧ୍ୟା ୫ ଘଟିକାରେ ଏହି ସମ୍ମିଳନୀ ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ। ଉକ୍ତ ସମାରୋହରେ ଭାରତୀୟ ଉଚ୍ଚତମ ନ୍ୟାୟାଳୟ ର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟ ମୂର୍ତ୍ତି ଦୀପକ୍ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ସମ୍ମିଳନୀରେ ପୂର୍ବ ଭାରତରେ ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ସେମାନଙ୍କର ଉପଯୁକ୍ତ ଶିକ୍ଷା, ପ୍ରଶିକ୍ଷଣ, ଧନ୍ଦାମୂଳକ ତାଲିମ, ନିଯୁକ୍ତି ଓ ପୁନଃ ଥଇଥାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ଆରମ୍ଭ ହୋଇଛି । (ନୟାୟଗଡ଼ ଜ଼ିଲ୍ଲା,ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version