ଶତାୟୁ ବି.ବି.ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ସମ୍ମିଳିତ ବୈଠକ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୩ ଫେବୃଆରୀ ଶନିବାର ) ଢେଙ୍କାନାଳ :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପ୍ରଧାନ ଶିକ୍ଷକ ବ୍ରମହୋତ୍ରୀ ବିଶ୍ୱାଳଙ୍କର ମାର୍ଗଦର୍ଶନରେ କେବଳ ଦଶମ ଶ୍ରେଣୀର ଛାତ୍ରୀ ,ଛାତ୍ର ମାନଙ୍କର ଅଭିଭାବିକା, ଅଭିଭାବକ, ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କର ଏକ ଜରୁରୀ ବୈଠକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ‘ମୋ ସ୍କୁଲ ଅଭିଯାନର ମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇ ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଛାତ୍ରୀ ଛାତ୍ର ମାନଙ୍କର ପ୍ରାକ ପ୍ରସ୍ତୁତି ନିମନ୍ତେ ଏହାକୁ ଏକ ଅଭିନବ ପ୍ରୟାସ ବୋଲି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ଅଭିଭାବିକା ଅଭିଭାବକ ମାନଙ୍କର ବିଭିନ୍ନ ମତାମତ, ଭବିଷ୍ୟତରେ ଏହି ବୈଠକକୁ ଅଧିକ କ୍ରିୟାଶୀଳ ତଥା ଫଳପ୍ରଦ କରିବା ପାଇଁ ପଦକ୍ଷେପ ସମ୍ପର୍କରେ,’ମୋ ସ୍କୁଲ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ,ସର୍ବାଙ୍ଗୀନ ଉନ୍ନତି ଓ ସୁପରିଚାଳନା ପାଇଁ ପୂରାତନ ଓ ବର୍ତମାନର ଛାତ୍ରୀ ଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ, ଅଭିଭାବିକା, ଅଭିଭାବକ ମାନଙ୍କର ତ୍ରିକୋଣୀୟ ସହଯୋଗ ତଥା ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଦୃଢ଼ ଆହ୍ଵାନ ଦେଇଥିଲେ । ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟରଶ୍ମି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀର ମୋଟ ୧୪୭ ଜଣ ଛାତ୍ରୀ ଛାତ୍ରଙ୍କର ୩୦ ଜଣ ଅଭିଭାବିକା,୩୫ ଜଣ ଅଭିଭାବକ, ମୋଟ ୬୫ ଜଣ ,ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟରଶ୍ମି ମିଶ୍ର,ଶ୍ରୀମତୀ ଶ୍ୱେତପଦ୍ମାମିଶ୍ର, ସୁରେଶ କୁମାର ପଣ୍ଡା,ଦେବରାଜ ରାଉତ,ଇତିଶ କୁମାର ବରାଳ, ସ୍ଵର୍ଣମୟୀ ଶତପଥୀ,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ,କ୍ରୀଡ଼ା ଶିକ୍ଷକ ସୁବ୍ରତ ମିଶ୍ର,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ରଶ୍ମି ହୋତା, ବବିତା ଲେଙ୍କା, କଳ୍ପନା ବାରିକ,ବବିତା ଦାସ,ସୁବ୍ରତ ସ୍ୱାଇଁ,ପ୍ରଭାତ ପ୍ରଧାନ, ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।   ( ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version