ସେରଗଡ ଧାନ ମଣ୍ଡିରେ ଯୋଗାଣ ବିଭାଗର ଚଢଉ ୧୦୯ବସ୍ତା ଧାନ ଜବତ

ଓଡ଼ିଶା ତାଜା ନ୍ୟୁଜ (୧୩ ଫେବୃଆରୀ ଶନିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ସେରଗଡ ଧାନ ମଣ୍ଡିରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ତତ୍ବାବଧାନରେ ନର୍ଲା ଯୋଗାଣ ନୀରିକ୍ଷକ ସନ୍ତୋଷ କୁମାର ପ୍ରଧାନ ଓ ଅତିରିକ୍ତ ଯୋଗାଣ ଅଧିକାରୀ ଧୁମାରାମ ମୁର୍ମୁଙ୍କ ଉପସ୍ଥିତରେ ଭାଟେଲ ଗ୍ରାମର ପିତାମ୍ବର ନାଏକଙ୍କ ୧୦୯ ବସ୍ତା ଧାନ ଜବତ କରିଥିଲେ । ଧାନ ବିକ୍ରୟରେ ଦଲାଲ ମାନଙ୍କ ପ୍ରଚ୍ଛନ୍ନ ହାତଥିବା ଅଭିଯୋଗ ଚାଷୀ କରୁଥିବା ବେଳେ ମଣ୍ଡିରେ ଅନେକ ଧାନ ବେପାରୀ ମାନେ ଧାନ ରଖିଥିବା ଆଜି ପ୍ରମାଣ କରିଛି ।

ସେରଗଡ ମଣ୍ଡିରେ ସଂପୃକ୍ତ ବ୍ୟକ୍ତିଙ୍କ ନଥିପତ୍ର ଦେଖାଇବାକୁ ଯୋଗାଣ ବିଭାଗ କହିଥିଲେ ମଧ୍ୟ ବ୍ୟକ୍ତି ଜଣକ ତାହା ଦେଖାଇ ପାରି ନ ଥିଲେ।କେବଳ ୬୦ ବସ୍ତା ଧାନ ନିଜର କହିବା ଯୋଗୁଁ ବାକି ୧୦୯ବସ୍ତା ଧାନ ଦଲାଲର ସନ୍ଦେହ କରି ଉକ୍ତ ଧାନ ବସ୍ତାକୁ ଯୋଗାଣ ବିଭାଗ ଜବତ କରିଥିବା ନର୍ଲା ଯୋଗାଣ ନୀରିକ୍ଷକ ସୂଚନା ଦେଇଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version