ଅଡବା ପୋଲିସଙ୍କ ଦ୍ବାରା ପିକଅପ ଭ୍ୟାନ ସହ ଶାଳ କାଠ ଜବତ , ୨ଙ୍କୁ ଗିରଫ କରି ମୋହନା ବନ ବିଭାଗ କୁ ହସ୍ତାନ୍ତର

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ଥାନା ଏସ୍‌ଆଇ ଚନ୍ଦନ ଦାସ ଓ ପୁଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ବଜାର ଛକ ନିକଟରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନରୁ ୬୯.୭୪ ଘନଫୁଟ  ଶାଳ ସାଇଜ କାଠ ଓ ୮୧୦ ଘନଫୁଟ ପିଆଶାଳ ସାଇଜ କାଠ ଜବତ କରି ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ମୋହନା ବନ ବିଭାଗକୁ ହସ୍ତାନ୍ତର କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦୋଳି ଗ୍ରାମର ସୀମାଞ୍ଚଳ ସେଠି(୨୯) ଓ

ବଲାଙ୍ଗିର ଜିଲ୍ଲା  ଲୋଉସିଂ ଗ୍ରାମର ଦିନେଶ ଦୋରା (୨୫) । ଅଭିଯୁକ୍ତ ଦୁହେଁ  ଅଡ଼ବା ଥାନା ଗୁଲୁବା ଅଂଚଳରୁ କାଠ ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିବା ବେଳେ ୧୪୮ ଗୋଟି ସାଇଜ୍ ଶାଳ କାଠ ଓ ୩ଗୋଟି ପିଆଶାଳ ସାଇଜ୍‌ କାଠ ପୁଲିସ ଯାଞ୍ଚ କରି କାଠ  ସହ ଏକ ବାଇକକୁ ମଧ୍ୟ ଜବତ କରିଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜିଲ୍ଲା ବନ ଉପଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତିଗଜପତି  / ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version