ଭାଟସାହି କ୍ରିକେଟ୍ ଟୁର୍ଣାମେଣ୍ଟ ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ଭାଟସାହି ବ୍ରଦର୍ସ ଇଲେଭେନ୍ କ୍ରିକେଟ୍ କ୍ଲବ ତରଫରୁ ଅନୁଷ୍ଠିତ କ୍ରିକେଟ୍ ଟୁର୍ଣା ମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ତି ବାଉଁଶ ଗାଡିଆ କ୍ରିକେଟ୍ ଟିମ୍ ସହିତ ଘୁଣ୍ଟା ସାହି କ୍ରିକେଟ୍ ଟିମ୍ ମଧ୍ୟରେ ହୋଇଥିବାବେଳେ ଘୁଣ୍ଟାସାହି କ୍ରିକେଟ୍ ଟିମ୍ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଟିକୁ ଜି ତିି ନେଇଥିଲା । ପ୍ରଥମେ ଘୁଣ୍ଟା ସାହି କ୍ରିକେଟ୍ ଟିମ୍ ବ୍ୟାଟିଂ କରି ୫୩ ରନ୍ ସଂଗ୍ରହ କରିଥିବା ବେଳେ ବାଉଁସଗାଡିଆ କ୍ରିକେଟ୍ ଟିମ୍ ୫୨ ରନ୍ ସଂଗ୍ରହ କରି ଏକ ରନ୍ ରେ ମ୍ୟାଚ୍ ଟିରେ ପରାଜିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜୟୀ ଦଳ ଘୁଁଟା ସାହି କ୍ରିକେଟ୍ ଟିମ୍ କୁ ୫ ହଜାର ଟଙ୍କା ସହ ଟ୍ରଫି ଏବଂ ପରାଜିତ ଦଳ ବାଉଁଶ ଗାଡିଆ କ୍ରିକେଟ୍ ଟିମ୍ କୁ ୩ ହଜାର ସହ ଟ୍ରଫି ପ୍ରଦାନ କରିଥିଲେ ।

ସମ୍ମାନୀତ ଅତିଥିଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଉପ ସଭାପତି ମୂରଲୀଧର ଜେନା,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ଚନ୍ଦ୍ର ସାହୁ,ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଫାଇନାଲ ମ୍ୟାଚ୍ ରେ ଈଲେଭେ ନ କ୍ରିକେଟ୍ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଦଶପଲ୍ଲା ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version