ମହିଳା କମିଶନ ଅଧକ୍ଷା ଙ୍କ ସେବା ପରିଦର୍ଶନ 

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ନୟାୟଗଡ଼ :-  ଆଜି ରାଜ୍ୟ ମହିଳା କମିଶନ ର ଅଧକ୍ଷା ଡ଼ଃ ମିନତୀ ବେହେରା ଓ କମିଶନ ର ଅନ୍ୟ ସଦସ୍ୟ ମାନେ ନୟାଗଡ଼ ଗସ୍ତ ରେ ଆସି ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ସ୍ବେଛାସେବୀ ଅନୁଷ୍ଠାନ ସେବା କୁ ପରିଦର୍ଶନ ରେ ଯାଇଥିଲେ l ସେବା ଦ୍ୱାରା ପରିଚାଳିତ ଅସହାୟ ମହିଳା ମାନଙ୍କ ପାଇଁ ଥିବା ସ୍ଵଧାର ଗୃହ ର ଅନ୍ତେ ବାସୀ ମାନଙ୍କ ସହ ଭାବ ବିନିମୟ କରିଥିଲେ l

ସେବାର ଅନ୍ତେବାସୀ ଓ କର୍ମଚାରୀ ମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ଥିଲେ l ତାଙ୍କ ସହ ମହିଳା କମିଶନ ର ସଦସ୍ୟା ସ୍ନେହାଞ୍ଜଳୀ ମହାନ୍ତି ଓ ବିଜୟା ବରୁଆ ଉପସ୍ଥିତ ଥିଲେ l ନୟାଗଡ଼ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଭୁଲେଶ୍ୱର କହଁର ଜିଲାରେ ମହିଳା ମାନଙ୍କ ପାଇଁ ନିଆ ଯାଇଥିବା କଲ୍ୟାଣ ମୂଳକ କାର୍ଯ୍ୟ ଉପରେ କମିଶନ ର ଅଧକ୍ଷା ଙ୍କୁ ସୂଚନା ପ୍ରଦାନ କରିଥିଲେ l

ସ୍ଵଧାର ଗୃହ ର ମାର୍ଗ ଦର୍ଶିକା ସରିତା ଆଚାର୍ଯ୍ୟ ଓ ପରିଚାଳିକା ବନିତା ମଲ୍ଲିକ ଅନ୍ତେବାସୀ ମାନଙ୍କ ସମସ୍ୟା ବିଷୟରେ ବୁଝାଇଥିଲେ l ସେବା ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଉପସ୍ଥିତ ରହି ଥିଲେ l ପୂର୍ବରୁ ମହିଳା କମିଶନ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିରକୁ ଉଦଘାଟନ କରିଥିଲେ ଓ ନୟାଗଡ଼ ଜେଲ ପରିଦର୍ଶନ ରେ ଯାଇଥିଲେ l (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version