ନୂଆଗାଁ ବ୍ଲକ୍ ରେ ନୂତନ ବିଡ଼ିଓ  ବିବୁଧ ଗଡ଼ନାୟକ  ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ନୂତନ ବିଡ଼ିଓ  ବିବୁଧ  ଗଡ଼ନାୟକ ଯୋଗ ଦେଇଛନ୍ତି । ନୂଆଗାଁ ବ୍ଲକ୍ ବିଡ଼ିଓ ଦାୟିତ୍ୱରେ ଥିବା ନୟାଗଡ ବିଡ଼ିଓ ଙ୍କ ଠାରୁ ନୂତନ ବିଡ଼ିଓ  ବିବୁଧ ଗଡ଼ନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ନୂତନ ବିଡ଼ିଓ ଶ୍ରୀ ଗଡ଼ନାୟକ  ଧରାକୋଟ ବ୍ଲକ୍ ରେ ବିଡ଼ିଓ ଭାବେ କାର୍ଯ୍ୟକାରୀ ପ୍ରଶଂସନୀୟ ହୋଇଥିଲେ ।

ନୂଆଗାଁ ବ୍ଲକ୍ ରେ ଯୋଗ ଦେବା ପରେ ଭତ୍ତା,ଇନ୍ଦିରା ଆବାସ,ଭଳି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀ ଯେପରି  ସାମିଲ ହୋଇ ଉପକୃତ ହୋଇ ପାରିବେ  ସେ ଉପରେ ଦୃଷ୍ଟି ଦେବେ ବୋଲି ନୂତନ ବିଡ଼ିଓ ବିବୁଧ ଗଡ଼ନାୟକ କହିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) 

Exit mobile version