ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ 118ତମ ଜନ୍ମଉଛବ ରାଜନଗର ବ୍ଲକ ଗୁରୁକୃପା ଆଶ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର )  କେନ୍ଦ୍ରାପଡ଼ା :- ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ କୁରୁଣ୍ଟି ପଂଚାୟତ ର ପଶ୍ଚିମ ଭେଡା ଗ୍ରାମରେ ଗୁରୁକୃପା ଆଶ୍ରମ ପରିସରରେ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ ଦେବଙ୍କ 118ତମ ଜନ୍ମଉତ୍ସବ ପବିତ୍ର ତ୍ରିବେଣୀ ଅମାବାସ୍ୟା ରେ ମହା ସମାରୋହରେ ପାଳିତ ହୋଇଅଛି,

ପ୍ରାୟ 500ରୁ ଉର୍ଦ୍ଧ ଭକ୍ତ ମାନେ ଉପସ୍ଥିତ ରହି ହରିବୋଲ ହୁଳହୁଳି ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମ କୁ ପ୍ରାକ୍ତନ ଭକ୍ତ ଦୁର୍ଯ୍ୟୋଧନ ଦାସ ମୁଖ୍ୟ ପରିଚାଳକ ଶ୍ରୀ ବିଜୟ କୁମାର ବଳ ସହ ଧୁଶାସନ ନାୟକ, ବୃନ୍ଦାବନ ଦାସ, ରମେଶ ବଳ,

ଅଭିମନ୍ୟୁ ବଳ, ପ୍ରଧାନ ସେବକ ପ୍ରଫୁଲ ଦାସ, ଶ୍ରୀଧର ସାହୁ, ନେତ୍ରାନନ୍ଦ ଧଳ ଆଦି ଭକ୍ତମାନଙ୍କ ସହଯୋଗରେ ଠାକୁର ଙ୍କ ଜନ୍ମଉତ୍ସବ ଟିକୁ ଶାନ୍ତି ପୂର୍ଣ୍ଣ ଭାବେ ଆବେଗ ଭରା ଆଧାତ୍ତିମିକ ପରିବେଶ ବାର୍ତ୍ତାବରଣ ଦେଖିବାକୁ ମିଳିଥିଲା,(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version