ବେଆଇନ କାର୍ଯ୍ୟର ଗନ୍ତାଘର ପାଲଟିଛି ମାହାଙ୍ଗା ତହସିଲ, ଗୋଚର ଦଣ୍ଡା ତାଡ଼ିନେଲେ ମାଟି ମାଫିଆ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ମାହାଙ୍ଗା :- ବେଆଇନ କାର୍ଯ୍ୟର ଗନ୍ତାଘର ପାଲଟିଛି କଟକ ଜିଲ୍ଲା ମାହାଙ୍ଗା ତହସିଲ କାର୍ଯ୍ୟାଳୟ , ପୈସା ଫେକୋ ତାମସା ଦେଖୋ ନୀତିରେ ଚାଲିଛି ବେଆଇନ କାର୍ଯ୍ୟ, ଦିନ ରାତି ତଡା ଚାଲିଛି ସରକାରୀ ଗୋଚର ଦଣ୍ଡା, ନଦୀ ପଠା, ସବୁ ଜାଣିକି ଅଜଣା ତହସିଲ ପ୍ରଶାସନ, ଅଭିଯୋଗ ହେଲେ ହେଉନି କାର୍ଯ୍ୟାନୁଷ୍ଠାନ, ଦିନରାତି ମେସିନ ସାହାଯ୍ୟରେ ସରକାରୀ ଜମିରୁ ବେଆଇନ ଭାବେ ତଡା ହେଉଛି ମାଟି, ମାହାଙ୍ଗା ଅଂଚଳରୁ ପ୍ରତିଦିନ ହଜାର ହଜାର ଟ୍ରିପ ମାଟି ବାଲି ଚାଲାଣ ହେଉଥିବାବେଳେ ସବୁଜାଣି ତହସିଲ ପ୍ରଶାସନ ଆଖିବୁଜି ଦେଇଛି, ତହସିଲ ଅଂଚଳର କେଉଁଠି ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ ହେଉଛି ତ କେଉଁଟି କିଏ ଗଛ କାଟିନେଲାଣି,

ଅଭିଯୋଗ କଲେ ହଁ ଦେଖୁଚୁ କହି ତହସିଲଦାର ଚୁପ ବସୁଛନ୍ତି, ଏପରିକି ବେଆଇନ କାର୍ଯ୍ୟ ବନ୍ଦ କରିବାକୁ ଲୋକମାନଙ୍କୁ କୋର୍ଟ ର ଆଶ୍ରୟ ନବାକୁ ପଡ଼ୁଚି, ବେଆଇନ କାର୍ଯ୍ୟ ନେଇ ତହସିଲଦାର ଙ୍କୁ ଅଭିଯୋଗ କଲେ ସାଙ୍ଗେ ସାଙ୍ଗେ ମାଫିଆ ମାନଙ୍କୁ ଭିତିରି ଖବର ହେଇଯାଉଛି , ତହସିଲ ଅଧିକାରୀ ମାନଙ୍କ ସହ ମାଫିଆ ମାନଙ୍କ ଭିତିରି ବୁଝା ବଣା ହେବାସହ ଏହି ବେଆଇନ କାର୍ଯ୍ୟକ୍ରମକୁ ପ୍ରୋଛାହନ ଦେବାକୁ ବଡ ରକମର ଅର୍ଥ ଡ଼ିଲ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି, ତହସିଲଦାର ଙ୍କୁ ଅଭିଯୋଗ କଲେ ମୋ ଜୀବନ ପ୍ରତି ବିପଦ ଅଛି କହି ବିଭିନ୍ନ ବାହାନା କରି କିଏ ମୋ ଲାଇଫ ରିସ୍କ ନବ ବୋଲି ଓଲଟା ଯୁକ୍ତି ବାଢୁଛନ୍ତି, ଜଣେ ତହସିଲ ମାଜିଷ୍ଟ୍ରେଟ ଙ୍କ ଏଭଳି ମନ୍ତବ୍ୟ ଦେବା ଘଟଣାକୁ ନେଇ ମାହାଙ୍ଗା ଅଂଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି,

ତହସିଲ ଅଂଚଳରେ ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରାଯାଇଥିବାବେଳେ କଣ ପାଇଁ ତହସିଲଦାର ସେମାନଙ୍କ ସାହାଯ୍ୟ ନନେଇ ବେଆଇନ କାର୍ଯ୍ୟକୁ ପ୍ରୋସ୍ଛାହନ ଦେଉଛନ୍ତି ତାହା ପ୍ରମାଣ କରୁଛି କି ଏହି ବେଆଇନ କାର୍ଯ୍ୟରେ ତହସିଲର କର୍ମଚାରୀମାନେ ସାମିଲ ହୋଇଛନ୍ତି, ସରକାରୀ ଜାଗାରେ ଗୃହ ନିର୍ମାଣ କରିବା ଠାରୁ ଆରମ୍ଭକରି ବେଆଇନ ଭାବେ ମାଟି ଉଠାଣ ହେବାଦ୍ଵାରା ଗୋରୁ ଗାଈଙ୍କ ଚରା ଭୂଇଁ ଏବେ ବିଲୁପ୍ତ ହେବାକୁ ବସିଲାଣି, ତୁରନ୍ତ ରାଜସ୍ବ କମିଶନର ଓ ରାଜସ୍ବ ସଚିବ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିନଦେଲେ ମାହାଙ୍ଗାରୁ ଗୋଚର ଦଣ୍ଡା ଧିରେଧୀରେ ବିଲୁପ୍ତ ହୋଇ ଯିବ,(ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)

Exit mobile version