ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ହେମାଲି (ଶ୍ରମିକ) ଧାରଣା ଦେଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ବରଗଡ଼ :- ବରଗଡ଼ ଉପକଣ୍ଠସ୍ଥ କେନ୍ଦପାଲି ପଣ୍ୟାଗାର ନିଗମର ଗତ ଜୁନ ମାସ ରୁ ବନ୍ଦ୍ ରହିଥିବା ଯୋଗୁଁ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶତିଧିକ ହେମାଲି ରୋଜଗାର ହରାଇ ହଇରାଣ ହେଉଛନ୍ତି । ପଣ୍ୟାଗାର କାର୍ଯ୍ୟକ୍ଷମ କରି ଶ୍ରମିକ ଙ୍କୁ ରୋଜଗାର ଯୋଗାଇବା କୁ ସେମାନେ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ

ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଆଜି ହେମାଲି ମାନେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପଣ୍ୟାଗାର ତୁରନ୍ତ ଖୋଲିବାକୁ ଶ୍ରମିକ ମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version