ନୂଆଗାଁ ଥାନା ତରଫରୁ ୩୨ ତମ ଜାତୀୟ ସଡ଼କ ସୁରକ୍ଷା – ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ତରଫରୁ ୩୨ ତମ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୂଆଗାଁ ଥାନା ସମସ୍ତ କର୍ମଚାରୀ ଓ ନୂଆଗାଁ ମହାବିଦ୍ୟାଳୟ ର ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ମାନେ ମିଳିତ ହୋଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ମାଧ୍ୟମରେ ଯାତ୍ରୀ ମାନଙ୍କୁ ସଚେତନ କରିଥିଲେ।ତତ୍ ସହିତ ହେଲମେଟ ପିନ୍ଧିବା,

 

ମଦ୍ୟପାନ କରି ଓ କ୍ଷୀପ୍ର ଗତିରେ ଗାଡ଼ି ଚଳାଇବା ନାହିଁ,ଗାଡ଼ି ଚାଳନା ସମୟରେ ମୋବାଇଲ ରେ କଥାବାର୍ତ୍ତା ହେବା ନାହିଁ ଆଦି ଜୀବନ ରକ୍ଷା ପାଇଁ ଯାତ୍ରୀ ମାନଙ୍କୁ ସଚେତନ କରିଥିଲେ।ନୂଆଗାଁ ଥାନା ପୁଲିସ ଓ ନୂଆଗାଁ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମିଳିତ ହୋଇ ନୂଆଗାଁ ମହାବିଦ୍ୟାଳୟରୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା ରାଲି ବାହାରି ୫୭ ନଂ ଜାତୀୟ ରାଜପଥ ରେ ଯାତ୍ରୀ ମାନଙ୍କୁ ସଚେତନ କରି ନୂଆଗାଁ ବ୍ଲକ୍ ,ବଜାର ଅତିକ୍ରମ କରି ନୂଆଗାଁ ଥାନା ପରିସରରେ ପହଞ୍ଚିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) 

Exit mobile version