ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଙ୍କ ଦ୍ଵାରା ; କାଶୀନଗର ବ୍ଲକ କେ. ସିତାପୁର ପଞ୍ଚାୟତର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଫେବୃଆରୀ ଗୁରୁବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ ଆଜି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ’ର କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ପଞ୍ଚାୟତ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ’ର ଶୁଭ ଉଦ ଘାଟନ କରିବା ସହ କେତେକ ଉନ୍ନୟନ ମୂଳକ କାର୍ଯ୍ୟ’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଶ୍ରୀ ରାଓ , କେ:ସୀତାପୁର ପଞ୍ଚାୟତ ସଦର ମହକୁମା କେ:ସୀତାପୁର ପଞ୍ଚାୟତରେ ନିର୍ମାଣ ହୋଇଥିବା ୩ଟି ଗୋଦାମ ଗୃହକୁ ଉଦଘାଟନ କରିବା ସହ ଗୋଟିଏ ପିଇଓ କ୍ବାଟର’ର ଉଦଘାଟନ ଏବଂ ସେଠାରେ ଲାଇବ୍ରେରୀ ହଲ , ଯାତ୍ରୀ ବିଶ୍ରାମଗାର ଓ ଜନସେବା କେନ୍ଦ୍ର’ର ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିଭଳି ପଞ୍ଚାୟତ’ର ଦେବଦଳା ଗ୍ରାମ ଗସ୍ତ’ରେ ଯାଇ ସେଠାରେ ଗୋଟିଏ ମୁଖ୍ୟ ଅଙ୍ଗନବାଡି କେନ୍ଦ୍ର ସମେତ ଗ୍ରାମର ନୂଆସାହି ଓ ହରିଜନ ସାହିରେ ୨ ଟି ମିନି ଅଙ୍ଗନବାଡି କେନ୍ଦ୍ର’ର ,ଶୁଭ ଉଦଘାଟନ କରିଥିବା ବେଳେ ଗୋଟିଏ ସାଂସ୍କୃତିକ କେନ୍ଦ୍ର’ର ଉଦଘାଟନ ମଧ୍ୟ କରିଥିଲେ ।

ସେହିଭଳି ମିନିଗାଁ ଗ୍ରାମ ଗସ୍ତ’ରେ ଯାଇ ସେଠାରେ ଗ୍ରାମଦେବୀ ଠାକୁରାଣୀ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ନାରାୟଣ ରାଓ’ଙ୍କ ଏହି ବିଭିନ୍ନ ଗ୍ରାମ ଗସ୍ତବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ’ରେ ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କ ସହିତ କାଶୀନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ସିଏଚ : ସୀମାଦ୍ରୀ , ସରପଞ୍ଚ ଶ୍ରୀମତୀ ଉରିଆନୀ ଶବର , ସମିତିସଭ୍ୟ ଶ୍ରୀ ଡି: ରାଜେଶ କୁମାର , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଡି: ଭାଗ୍ୟଲକ୍ଷ୍ମୀ , ନାଏବ ସରପଞ୍ଚ ଶ୍ରୀ ଦେବାନନ୍ଦ ପାଣି , ସିଡିପିଓ: ଶ୍ରୀମତୀ କନକ ଲତା ପୂଜାରୀ , ସୁପରଭାଇଜର ଶ୍ରୀମତୀ ବି:-କୋମଲାଙ୍ଗୀ , ପୂର୍ବତନ ସରପଞ୍ଚ ଶ୍ରୀ ଚିଟିବାବୁ , ଦେବଦଳା ୱାର୍ଡସଭ୍ୟା ଶ୍ରୀମତୀ ବିଜୟ ଲକ୍ଷ୍ମୀ ମିଶାଲ , ବିଜେପି’ର ବରିଷ୍ଠ ନେତା ନୃସିଂହ ଚରଣ ପଟନାୟକ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ( ରିପୋର୍ଟ –ଗରୁଡ଼ ଧ୍ୱଜ ଚୌଧୁରୀ ) 

Exit mobile version